Latest Odisha News

BREAKING NEWS

ସିଡିଏମଓ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମଓ), ସ୍ପେଶାଲିଷ୍ଟ୍ ଏବଂ ଅନ୍ୟାନ୍ୟ ପଦବୀ ସ୍ତରରେ ପରିବର୍ତ୍ତନ କରାଯାଇଛି ।

BjdElectrycity

ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି । ଜାଣନ୍ତୁ, ସେ ସମ୍ପର୍କରେ…

ଉକ୍ତ ବିଜ୍ଞପ୍ତି ଅନୁଯାୟୀ ଡ. ସ୍ନେହଲତା ସାହୁଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ୱତନ୍ତ୍ର ଡ୍ୟୁଟି ଓ ଆଣ୍ଡ ଜିକୁ ବଦଳି କରାଯାଇଥିବା ବେଳେ ଡା. ବିରଞ୍ଚି ନାରାୟଣ ବାରିକଙ୍କୁ କ୍ୟାପିଟାଲ ହସ୍ପିଟାଲର ଅଧ୍ୟକ୍ଷ ଭାବେ ନିୟୋଜିତ କରାଯାଇଛି ।

ସେହିପରିଡା ଡ. ଜିତେନ୍ଦ୍ର ମୋହନ ବେବର୍ତାଙ୍କୁ ବିଏମ୍‌ସି ହସ୍ପିଟାଲ, ଡା. ଶକ୍ତି ପ୍ରସାଦ ମିଶ୍ରଙ୍କୁ ମାଲକାନଗିରି ସିଡିଏମ୍‌ଓ, ଡା. ପ୍ରଦୀପ କୁମାର ପାତ୍ରଙ୍କୁ ଗଜପତି ସିଡିଏମ୍‌ଓ, ଡା. ନିରୁପମା ଷଢ଼ଙ୍ଗୀଙ୍କୁ ବଲାଙ୍ଗିର ବିବିଏମ୍‌ସି ହସ୍ପିଟାଲ, ଡା. ସୁଜାତା ମିଶ୍ରଙ୍କୁ ପୁରୀ ସିଡିଏମ୍‌ଓ, ଡା. ନିରଞ୍ଜନ ନନ୍ଦଙ୍‌କୁ କ୍ୟାପିଟାଲ ହସ୍ପିଟାଲର ସ୍ୱତନ୍ତ୍ର ଡ୍ୟୁଟି, ଡା. ଭି ପତିଙ୍କୁ ଖୋର୍ଦ୍ଧା ସିଡିଏମ୍‌ଓ, ଡା. ଉମାଶଙ୍କର ମିଶ୍ରଙ୍କୁ ଗଞ୍ଜାମ ସିଡିଏମ୍‌ଓ ଭାବେ ବଦଳି କରାଯାଇଛି।

ଅପରପକ୍ଷରେ ଡା. ସରୋଜ କୁମାର ମିଶ୍ରଙ୍କୁ ସୁନ୍ଦରଗଡ ସିଡିଏମ୍‌ଓ, ଡା ସୁରେଶ ଚନ୍ଦ୍ର ମିଶ୍ରଙ୍କୁ କଳାହାଣ୍ଡି ଡିଏଚଏଚ୍‌, ଡା. ରୁପଭାନୁ ମିଶ୍ରଙ୍କୁ ମୟୁରଭଞ୍ଜ ସିଡିଏମ୍‌ଓ, ଡା. ଲାଲମୋହନ ରାଉତରାୟଙ୍କୁ ରାଉରକେଲା ଆରଜିଏଚ ଅଧ୍ୟକ୍ଷ ଭାବେ ବଦଳି କରାଯାଇଥିଲା ବେଳେ ଡା. ରଞ୍ଜିତା ବିଶ୍ୱାଳଙ୍କୁ ନୟାଗଡ଼ ସିଡିଏମ୍‌ଓ, ଡାକ୍ତର ଡିଜେ ଦେଓ ବାଲେଶ୍ୱର ସିଡିଏମ୍‌ଓ, ଡାକ୍ତର ଅଭୟ କୁମାର ଦାଶଙ୍କୁ ଅନୁଗୁଳ ସିଡିଏମ୍‌ଓ, ଡା.କାଳୀପ୍ରସାଦଙ୍କୁ ନୂଆପଡା ସିଡିଏମ୍‌ଓ, ଡା ସନ୍ତୋଷ କୁମାର ପାତ୍ରଙ୍କୁ ଭଦ୍ରକ ସିଡିଏମ୍‌ଓ, ଡାକ୍ତର ଭୀମ ସାହୁଙ୍କୁ ବଲାଙ୍ଗିର ସିଡିଏମ୍‌ଓ, ଡା ପଙ୍କଜିନି ପଣ୍ଡାଙ୍କୁ ସମ୍ବଲପୁର ଡିଏଚଏଚ ଯାଇଛନ୍ତି।

ଆହୁରି ମଧ୍ୟ ଡା. ପ୍ରତାପ କୁମାର ବେହେରାଙ୍କୁ କଳାହାଣ୍ଡି ସିଡିଏମଓ, ଡା. ସୁଜାତା ରାଣୀ ମିଶ୍ରଙ୍କୁ ଢ଼େଙ୍କାନାଳ ସିଡିଏମଓ, ଡା.କର୍ଣ୍ଣ ନାୟକଙ୍କୁ କେନ୍ଦ୍ରାପଡା ଡିଏଚ୍‌ଏଚ୍‌, ଡା. ମକରନ୍ଦ ବେଉରାଙ୍କୁ କୋରାପୁଟ ସିଡିଏମ୍‌ଓ ଏବଂ ଡା. ମିନତୀ ମିଶ୍ରଙ୍କୁ ବାରିପଦା ଡିଏଚଏଚ୍‌, ଡା. ରୁକମଣି ଦେବୀଙ୍କୁ ଜଗତସିଂପୁର ଡିଏଚଏଚ ଏବଂ ଅନୀତା ପଟ୍ଟନାୟକଙ୍କୁ କେନ୍ଦ୍ରପଡା ସିଡିଏମଓ ଭାବେ ନିଯୁକ୍ତି କରାଯାଇଥିବା ନେଇ ସୂଚନା ପ୍ରଦାନ କରାଯାଇଛି।

Leave A Reply

Your email address will not be published.