ପାରାଦୀପ : ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଆଜିଠୁ ଲାଗିଲା କଟକଣା । ମେ ୩୧ ତାରିଖ ପର୍ଯ୍ୟନ୍ତ ୩ ନଦୀ ମୁହାଣରୁ ମାଛ ମାରିବାକୁ ବାରଣ କରାଯାଇଛି । ସମୁଦ୍ରରୁ ମାଛ ମାରିବା ଉପରେ ୭ ମାସ ଯାଏଁ କଟକଣା ଲାଗିଛି । ଧାମରା , ଦେବୀ ଓ ରୁଷିକୁଲ୍ୟା ନଦୀ ମୁହାଣରୁ କେହି ମତ୍ସ୍ୟଜୀବୀ ମାଛ ମାରିପାରିବେ ନାହିଁ । ସମୁଦ୍ର କୂଳରୁ ୨୦ କିଲୋମିଟର ମଧ୍ୟରେ ମାଛ ନ ମାରିବାକୁ କୁହାଯାଇଛି ।
କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ସାମୁଦ୍ରିକ ଅଞ୍ଚଳରେ ବି ମାଛ ଧରିବାକୁ ବାରଣ ହୋଇଛି । ଆଜିଠୁ ୭ମାସ ଯାଏ ସମୁଦ୍ର ଉପକୂଳରୁ ୨୦ କିଲୋମିଟର ଭିତରେ କୌଣସି ମତ୍ସ୍ୟଜୀବୀ ମାଛ ମାରିଲେ ଏହାକୁ ବେଆଇନ ବୋଲି ଧରାଯିବ । ଯାହାକୁ ନେଇ ମତ୍ସ୍ୟଜୀବମାନେ ଚିନ୍ତାରେ ପଡ଼ିଛନ୍ତି ।
Comments are closed.