Latest Odisha News

BREAKING NEWS

ଦେଶର ପଞ୍ଚମ ମହଙ୍ଗା ବଜାର ଓଡିଶା, ୭ ପ୍ରତିଶତ ଟପିଲା ଖୁଚୁରା ମୁଦ୍ରାସ୍ଫୀତି ହାର

ଭୁବନେଶ୍ୱର: ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO) ଦ୍ୱାରା ପ୍ରକାଶିତ ଅକ୍ଟୋବର ଖୁଚୁରା ମୁଦ୍ରାସ୍ଫୀତି (Retail Inflation) ତଥ୍ୟ ଅନୁଯାୟୀ, ଓଡ଼ିଶା ଦେଶର ପଞ୍ଚମ ସବୁଠାରୁ ମହଙ୍ଗା ରାଜ୍ୟ ବା ବଜାର ଭାବେ ରେକର୍ଡ କରିଛି। ଜାତୀୟ ହାରକୁ ଟପି ଓଡିଶାରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭ ପ୍ରତିଶତ ରୋକର୍ଡ ହୋଇଛି। ଗତ ଅକ୍ଟୋବର ମାସରେ ଏହା ୭.୧୭ ପ୍ରତିଶତରେ ପହଞ୍ଚିଛି। ସେହିପରି ୧ ନମ୍ବରରେ ରହିଛି ତାମିଲନାଡୁ।

ଦରଦାମ୍ ବୃଦ୍ଧି ଏବେ ସାଧାରଣ ଲୋକଙ୍କ ପକେଟ୍ ଉପରେ ପକାଇଛି ଅସହ୍ୟ ବୋଝ । ପିଆଜଠାରୁ ଚାଉଳ, ଚିନିଠାରୁ ଖାଇବା ତେଲ, କ୍ଷୀରଠାରୁ ପନିପରିବା ସବୁକିଛିର ଦାମ୍ ବଢ଼ିବା ପରେ ହାତ ଟେକିଲେଣି ଖାଉଟି। ଏହି ତାଲିକାରେ ଓଡ଼ିଶା ଉପରେ ରହିଛନ୍ତି ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ତାମିଲନାଡ଼ୁ । ତେବେ ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି, ସହର ଅପେକ୍ଷା ଗାଁରେ ଦରଦାମ୍ ବୃଦ୍ଧିର ଚାପ ଅଧିକ ରହିଛି । ତଥ୍ୟ ଅନୁସାରେ, ଓଡ଼ିଶାର ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି ହାର ୭.୭୪ ପ୍ରତିଶତ ଥିବାବେଳେ ସହରାଞ୍ଚଳରେ ଏହା ୫.୬୩ ପ୍ରତିଶତ ରହିଛି। ଅର୍ଥାତ୍ ଗାଁର ଲୋକଙ୍କୁ ମହଙ୍ଗା ମାଡ଼ ଅଧିକ ସହିବାକୁ ପଡ଼ୁଛି ।

ସେପ୍ଟେମ୍ବର ମାସରେ ରାଜ୍ୟର ମୁଦ୍ରାସ୍ଫୀତି ହାର ୬.୭୦ ପ୍ରତିଶତ ଥିବାବେଳେ ଅକ୍ଟୋବରରେ ଏହା ବୃଦ୍ଧି ପାଇ ୭.୧୭ ପ୍ରତିଶତରେ ପହଞ୍ଚିଛି । ଅର୍ଥାତ୍ ମାସକୁ ମାସ ମହଙ୍ଗା ମାଡ଼ ଆହୁରି ତୀବ୍ର ହେଉଛି। କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ମଧ୍ୟ ଦରଦାମ୍ ସ୍ଥିତି ଚିନ୍ତାଜନକ । ଜାତୀୟ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି ୬.୦୯ ପ୍ରତିଶତକୁ ବୃଦ୍ଧି ପାଇଛି । ଯାହା ଗତ ୧୨ ମାସ ମଧ୍ୟରେ ସର୍ବାଧିକ। ସେହିପରି ଖାଦ୍ୟ ମୁଦ୍ରାସ୍ଫୀତି ହାର ମଧ୍ୟ ୮.୯୪ ପ୍ରତିଶତକୁ ବଢ଼ିଛି ।

 

Leave A Reply

Your email address will not be published.