Latest Odisha News

ଓଡ଼ିଶାକୁ ପ୍ରାଧାନ୍ୟ, ୮ ନେତୃବୃନ୍ଦଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ୱର: ତିନୋଟି ରାଜ୍ୟରେ କଂଗ୍ରେସ ସଂଗଠନକୁ ସୁଦୃଢ କରିବା ପାଇଁ ସଂଗଠନ ସୃଜନ ଅଭିଯାନରେ ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ତେଲେଙ୍ଗାନା, ଛତିଶଗଡ ରାଜ୍ୟର ଜିଲ୍ଲା ସଭାପତି ଚୟନ ନେଇ ଏଆଇସିସି ଓଡିଶାକୁ ପ୍ରାଧାନ୍ୟ ଦେଇ ୮ ଜଣ ନେତୃବୃନ୍ଦଙ୍କୁ ସଂଗଠନ ସୃଜନ ଅଭିଯାନର ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ପ୍ରଦାନ କରିଛନ୍ତି ।

ଛତିଶଗଡ ରାଜ୍ୟର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ ନିଯୁକ୍ତି ପାଇଥିବା ବେଳେ ସାଂସଦ ସପ୍ତଗିରି ଉଲାକା, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ମଧ୍ୟ ପର୍ଯ୍ୟବେକ୍ଷକ ରୂପେ ସ୍ଥାନ ପାଇଛନ୍ତି । ସେହିପରି ତେଲେଙ୍ଗାନା ରାଜ୍ୟ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ବିଧାୟିକା ସୋଫିଆ ଫିରଦୌଷ, ପୂର୍ବତନ ମନ୍ତ୍ରୀ ଶରତ ରାଉତ, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ନବଜ୍ୟୋତି ପଟ୍ଟନାୟକ ଓ ବିଶ୍ୱରଞ୍ଜନ ମହାନ୍ତିଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ।

ଉପରୋକ୍ତ ସମସ୍ତ ନେତୃବୃନ୍ଦଙ୍କ ନାମକୁ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଅନୁମୋଦନ କରିଛନ୍ତି ବୋଲି ଏଆଇସିସି ସାଧାରଣ ସମ୍ପାଦକ କେସି ଭେନୁଗୋପାଳ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଗତ କିଛି ଦିନ ତଳେ ଓଡ଼ିଶାରେ ସଂଗଠନ ସୃଜନ ଅଭିଯାନରେ ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ୩୫ ଟି ସାଂଗଠାନିକ ଜିଲ୍ଲା ପାଇଁ ଏଆଇସିସି ୩୫ ପର୍ଯ୍ୟବେକ୍ଷକ ନିଯୁକ୍ତି ପ୍ରଦାନ କରିଥିଲା ।

 

Comments are closed.