Latest Odisha News

BREAKING NEWS

ଦରଦାମ ବୃଦ୍ଧିରେ ଓଡ଼ିଶା ଦେଶରେ ଏକ ନମ୍ବର

ନୂଆଦିଲ୍ଲୀ: ଦରଦାମ ବୃଦ୍ଧିରେ ଦେଶରେ ଓଡ଼ିଶା ଏକ ନମ୍ବର । ଏପ୍ରିଲରେ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ହାର ୭.୧ ପ୍ରତିଶତ ରହିଛି । ଏଥିସହ ଓଡ଼ିଶାର ରିଟେଲ ଇନଫ୍ଲେସନ ୭ ପ୍ରତିଶତ ଉପରେ ରହିଛି । ଅନ୍ୟପଟେ ଦିଲ୍ଲୀରେ ସର୍ବନିମ୍ନ ଖୁଚୁରା ମୁଦ୍ରାସ୍ଫୀତି ହାର  ୨.୨ ପ୍ରତିଶତ ରହିଛି ।ଯୋଗାଣରେ ପ୍ରତିବନ୍ଧକ ଯୋଗୁଁ ଓଡ଼ିଶାରେ ଉଚ୍ଚା ରହିଛି ମୁଦ୍ରାସ୍ଫୀତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ସଦ୍ୟତମ ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟରୁ ମିଳିଛି ଏହି ଚିନ୍ତାଜନକ ତଥ୍ୟ ।

ଏପ୍ରିଲ ମାସରେ ଦେଶର ହାରାହାରି ମୁଦ୍ରାସ୍ଫୀତି ହାର ୧୧ ମାସର ସର୍ବନିମ୍ନ ସ୍ତର ୪.୮ ପ୍ରତିଶତକୁ ଖସିଥିବା ବେଳେ ଓଡ଼ିଶାରେ କିନ୍ତୁ ଖସିବାର ନାଁ ଧରୁନି  । ୨୦୨୩ ନଭେମ୍ବର ମାସରେ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ହାର ୭.୭ ପ୍ରତିଶତ ଥିବା ବେଳେ ଡିସେମ୍ବରରେ ଏହା ସର୍ବାଧିକ ୮.୭ ପ୍ରତିଶତକୁ ବୃଦ୍ଧିହୋଇଥିଲା । ସେହିପରି ଓଡିଶା ପଛକୁ ଆସାମ, ତେଲେଙ୍ଗାନା, ଛତିଶଗଡ଼ ଓ ହରିୟାଣା ରହିଛି ।ଏହିସବୁ ରାଜ୍ୟର ରାଜ୍ୟର ମୁଦ୍ରାସ୍ଫୀତି ହାର ୫.୭ ପ୍ରତିଶତ ରହିଛି ।ଅନ୍ୟପଟେ ଦେଖିବାକୁ ଗଲେ ଏପ୍ରିଲରେ ସର୍ବନିମ୍ନ ମୁଦ୍ରାସ୍ଫୀତି ହାର ଦିଲ୍ଲୀରେ ରହିଛି ।

ଦିଲ୍ଲୀରେ ସର୍ବନିମ୍ନ ଖୁଚୁରା ମୁଦ୍ରାସ୍ଫୀତି ହାର  ୨.୨ ପ୍ରତିଶତ ରହିଛି । ଗତବର୍ଷ ନଭେମ୍ବରରେ ଦିଲ୍ଲୀରେ ମୁଦ୍ରାସ୍ଫୀତ ୩.୧ ପ୍ରତିଶତ ରେକର୍ଡ କରାଯାଇଥିଲା । ଏହାପରଠୁ ମୁଦ୍ରାସ୍ଫୀତ ହାର ଲଗାତର ଭାବେ ହ୍ରାସ ପାଇଛି ।ସେହିପରି ମହାରାଷ୍ଟ୍ରରେ ୩.୭%, ଉତ୍ତରପ୍ରଦେଶରେ ୩.୬%, ଏବଂ ପଶ୍ଚିମବଙ୍ଗରେ ମୁଦ୍ରାସ୍ଫୀତି ହାର ୩.୫% ରହିଥିବାବେଳେ ଝାଡ଼ଖଣ୍ଡରେ ଏହି ହାର ପ୍ରାୟ ୪ ପ୍ରତିଶତ ରହିଛି

 

Leave A Reply

Your email address will not be published.