Latest Odisha News

BREAKING NEWS

ଅଲଟିମେଟ୍ ଖୋ ଖୋ’ ଫାଇନାଲ: ଲଢ଼େଇ ପାଇଁ ପ୍ରସ୍ତୁତ ଓଡ଼ିଶା ଜଗରନଟ୍ସ

ଆଜି ‘ଅଲଟିମେଟ୍ ଖୋ ଖୋ’ ଫାଇନାଲ । ଫାଇନାଲରେ ଓଡ଼ିଶା ଜଗରନଟ୍ସ ବନାମ ତେଲଗୁ ଯୋଦ୍ଧାସ୍ ମୁକାବିଲା ହେବ । ଫାଇନାଲ ପାଇଁ ଓଡ଼ିଶା ପକ୍ଷରୁ ବଡ଼ ଆଶା ରହିଛି । ଆଜିର ମ୍ୟାଚ ଜିତିବା ପାଇଁ ପ୍ରାଣପଣେ ଉଦ୍ୟମ କରିବ ଓଡ଼ିଶା ଜଗରନଟ୍ସ ।

 

‘ଅଲଟିମେଟ୍ ଖୋ ଖୋ’ ଫାଇନାଲ ସଂଧ୍ୟା 8ଟାରେ ଖେଳାଯିବ ।

 ଓଡ଼ିଶା ଜଗରନଟ୍ସ ଓ ତେଲଗୁ ଯୋଦ୍ଧାସ୍ ମଧ୍ୟରେ ଲଢ଼େଇ ପୂର୍ବରୁ   ଓଡ଼ିଶା ଜଗରନଟ୍ସ ‘ଅଲ୍ଟିମେଟ୍ ଖୋ ଖୋ’ ଲିଗରେ ଭଲ ପ୍ରଦର୍ଶନ କରି ଗୁଜରାଟକୁ ହରାଇ ଫାଇନାଲରେ ପ୍ରବେଶ କରିଛି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସରେ ଓଡ଼ିଶା ଜଗରନଟ୍ସ ଖେଳାଳିଙ୍କ ସହ କଥା ହୋଇ ମନୋବଳ ବଢ଼ାଇଛନ୍ତି ।

 

ଫାଇନାଲରେ ଶ୍ରେଷ୍ଠ ପ୍ରଦର୍ଶନ ଦେବା ସହ ଟ୍ରଫି ଜିତିଲେ ଏକ କୋଟି ଟଙ୍କା ପାଇବ ଓଡ଼ିଶା ଜଗରନଟ୍ସ ।

Leave A Reply

Your email address will not be published.