Latest Odisha News

BREAKING NEWS

ପାରାଦୀପରେ ନାବାଳିକାକୁ ଅପହରଣ ଏବଂ ଦୁଷ୍କର୍ମ

ଭୁବନେଶ୍ୱର: ପାରାଦୀପ ଲକ୍ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରାଯାଇଛି । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ଅଭିଯୁକ୍ତକୁ ଅଟକ ରଖିଛି । ନାବାଳିକା ତାଙ୍କ ମାମୁ ଘରକୁ ଯିବା ବାଟରେ ତାଙ୍କୁ ଅପହରଣ କରାଯାଇଥିଲା ।

ଗଣେଶ ପୂଜାରେ ପୀଡ଼ିତା ତାଙ୍କ ମାମୁ ଘରକୁ ଯାଉଥିଲେ । ରାସ୍ତାରେ ଦୁର୍ବୃତ୍ତ କାରରେ ଉଠାଇ ନେଇଥିଲା । ସେହି ଦିନ ଠାରୁ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଚାରି ଦିନ ଧରି ଦୁଷ୍କର୍ମ କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.