Latest Odisha News

BREAKING NEWS

ଏଥର ଦୁର୍ଗାପୂଜାରେ ବାଜିବନି ଡିଜେ !

ଭୁବନେଶ୍ୱର: ଆଗକୁ ଦୁର୍ଗାପୂଜା ଆସୁଥିବା ବେଳେ ସୁରକ୍ଷା ଦୃଷ୍ଟିକୁ ନଜରରେ ରାଜଧାନୀ ଭୁବନେଶ୍ୱରରେ କମିଶନରେଟ୍ ପୋଲିସର ପ୍ରସ୍ତୁତି ବୈଠକ ଆରମ୍ଭ ହୋଇଯାଇଛି ।

ବରିଷ୍ଠ ପୋଲିସ ଅଧିକାରୀ ଓ ପୂଜା କମିଟି ସହ ଅନୁଷ୍ଠିତ ହୋଇଥିବା ସମୀକ୍ଷା ବୈଠକ ପରେ ଟ୍ୱିନସିଟି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି, ଚଳିତ ଥର ଦୁର୍ଗାପଜା ସମୟରେ ଡିଜେ ଉପରେ ସମ୍ପୂର୍ଣ୍ଣ ଭାବେ ପ୍ରତିବନ୍ଧକ ଲଗାଯିବ ।

ଚଳିତ ଥର ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପ୍ରମୁଖ ପୂଜା ପେଣ୍ଡାଲ୍ ଗୁଡିକରେ ସିସିଟିଭି କ୍ୟାମେରା ଲଗାଯିବ । ଏହାବ୍ୟତିତ ଭିଡକୁ ନିୟନ୍ତ୍ରଣ କରିବା ଲାଗି ପୂଜା କମିଟି ପକ୍ଷରୁ ପ୍ରଦାନ କରାଯାଇଥିବା ୩ ଜଣ ସଦସ୍ୟଙ୍କୁ ପୋଲିସ ପକ୍ଷରୁ ଟ୍ରାଫିକ୍ ନିୟନ୍ତ୍ରଣର ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏପରିକି ପେଣ୍ଡାଲ୍ ଗୁଡିକରେ ଅଗ୍ନି ନିର୍ବାପକ ଯନ୍ତ୍ର ରଖିବା ଲାଗି କୁହାଯାଇଛି ।

ଆହୁରି ମଧ୍ୟ ଚଳିତ ବର୍ଷ ‘ରାବଣ ପୋଡି’ ସହରର ୫ଟି ସ୍ଥାନରେ ଅନୁଷ୍ଠିତ ହେବ ବୋଲି ଶ୍ରୀ ଷଡଙ୍ଗୀ ପ୍ରକାଶ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଅକ୍ଟୋବର ୫ ତାରିଖରୁ ଦୁର୍ଗାପୂଜା ଆରମ୍ଭ ହେବାକୁ ଯାଉଛି । ଅକ୍ଟୋବର ୬ରେ ମହାଷ୍ଟମୀ ଓ ୮ ତାରିଖରେ ଦଶହରା ପାଳନ କରାଯିବାକୁ ଥିବାବେଳେ ୯ ତାରିଖରେ ଭସାଣୀ କରାଯିବ ।

Leave A Reply

Your email address will not be published.