Latest Odisha News

BREAKING NEWS

ଓଡ଼ିଶା ଲଲିତ କଳା ଏକାଡ଼େମୀ ଦ୍ବାରା ପାରଳାଖେମୁଣ୍ଡି,ସୋନପୁର ଓ ଜଳେଶ୍ବରଠାରେ ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓ ଜିଲ୍ଲା ପ୍ରଶାସନ ବଲାଙ୍ଗିର ସହଯୋଗରେ ରାଜ୍ୟରେ ଚିତ୍ରକଳାର ବହୁଳ ପ୍ରଚାର ଓ ପ୍ରସାର ନିମନ୍ତେ ଏକାଡେମୀ ଦ୍ୱାରା ସଂଗୃହୀତ ବହୁ ବରିଷ୍ଠ ଓ ଯୁବଶିଳ୍ପୀଙ୍କ ଚିତ୍ରକଳାଗୁଡିକୁ ନେଇ ଏକ ଭ୍ରାମ୍ୟମାଣ ପ୍ରଦର୍ଶନୀ ପାରଳାଖେମୁଣ୍ଡି,ସୋନପୁର ଓ ଜଳେଶ୍ୱରଠାରେ ଗ୍ରାମ୍ୟମାଣ ପ୍ରଦର୍ଶନୀର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଜଳେଶ୍ବରଠାରେ ଏହି ପ୍ରଦର୍ଶନୀକୁ ବାଲେଶ୍ବରର ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ଉଦ୍‌ଘାଟନ କରିଛନ୍ତି । ଭଦ୍‌ଘାଟନୀ ଉତ୍ସବ ଅବସରରେ ପଞ୍ଚାନନ ସାମଲ, ସଟିବ ଓଡିଶା ଲଳିତ କଳା ଏକାଡେମୀ, ପ୍ରଦୀପ କୁମାର ପ୍ରଧାନ, ମାନସ ଜେନା, ଅଧ୍ଯକ୍ଷ, ଜଳେଶ୍ବର ବ୍ଳକ,ଅଜୟ କୁମାର ମହାପାତ୍ର, ନିର୍ବାହୀ ଅଧିକାରୀ, ଜଳେଶ୍ଵର ପୌରପାଳିକା, ମଧୁସୂଦନ ସେନାପତି, କଳେଶ୍ଵର ବ୍ଳକ ଉପାଧ୍ୟକ୍ଷଙ୍କ ପ୍ରତିନିଧୁ, ମାନ୍ୟବର ମନ୍ତ୍ରୀ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଓ ଅବକାରୀଙ୍କ ଜଳେଶ୍ବର ପ୍ରତିନିଧ ସତ୍ୟ ଦାସ ମହାପାତ୍ର, ମନସ୍ବିନୀ ରାଉତ, ଜିଲ୍ଲା ସଂସ୍କୃତି ଅଧୁକାରୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ ।ସେହିପରି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ ଜିଲ୍ଲାପାଳ ଏସ.ଆର ପ୍ରଧାନ ଏବଂ ସୋନପୁରଠାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ ।

ଏହି ପ୍ରଦର୍ଶନୀରେ ଓଡ଼ିଶାର ଖ୍ୟାତନାମା ବରିଷ୍ଠ ଚିତ୍ର ଶିଳ୍ପୀ ଗୋକୁଳ ବିହାରୀ ପଟ୍ଟନାୟକ, ମୁରଲୀଧର ଟାଲି, ଗୋପାଳ କାନୁନଗୋ, ନିତ୍ୟାନନ୍ଦ ମହାପାତ୍ର, ଦୁର୍ଗାପ୍ରସାଦ ଦାସ, ଗୋକୁଳନନ୍ଦ ଦାସ, ଦୀପ୍ତିପ୍ରକାଶ ମହାନ୍ତି, ସରୋଜ କୁମାର ମାହାପାତ୍ର, ଭାଗବତ ମହାରଣା ଓ ବିଜୟ କୁମାର ପରିଡା ପ୍ରମୁଖଙ୍କ ସହ ବହୁ ଯୁବ ଚିତ୍ରଶିଳ୍ପୀଙ୍କର ଚିତ୍ରକଳା ସ୍ଥାନ ପାଇଛି । ଓଡ଼ିଶା ଲଳିତ କଳାର ବହୁଳ ପ୍ରଚାର ଓ ପ୍ରସାର ପାଇଁ ତଥା ଶିଳ୍ପୀମାନଙ୍କର କଳାକୃତି ଯେପରି ରାଜ୍ୟର ଜନସାଧାରଣ, ଅନ୍ୟ ଶିଳ୍ପୀ ତଥା ଛାତ୍ରଛାତ୍ରୀମାନେ ଦେଖିବାର ସୁଯୋଗ ପାଇପାରିବେ ଏବଂ ରାଜ୍ୟର ସବୁ ଜିଲ୍ଲାରେ ଚିତ୍ରକଳାର ପ୍ରଚାର ଓ ପ୍ରସାର କିପରି ଅଧିକ ହୋଇପାରିବ ସେଥିପାଇଁ ଏକାଡେମୀ ତରଫରୁ ଏକ ପ୍ରୟାସ କରାଯାଉଛି ।

Leave A Reply

Your email address will not be published.