Latest Odisha News

BREAKING NEWS

ଏମଭି ଦେବୀ ପାନାମା ଜାହାଜରୁ ଜବତ କୋକେନର ହେବ ମାନ ନିରୂପଣ

ପାରାଦୀପ: ଗତ ଶୁକ୍ରବାର ପାରାଦୀପ ପୋର୍ଟରେ ଲାଗିଥିବା ଏମଭି ଦେବୀ ପାନାମା ଜାହାଜରୁ ଜବତ ହୋଇଥିବା କୋକେନର ହେବ ମାନ ନିରୂପଣ । ଏଥିପାଇଁ ଜାତୀୟ ଫରେନସିକ୍ ଲାବରୋଟୋରିକୁ ଏହି କୋକେନର ସାମ୍ପଲ ପଠାଯିବ । ଏନେଇ ସୂଚନା ଦେଇଛି କଷ୍ଟମସ୍ ବିଭାଗ ।

ତେବେ ଜାହାଜଟି ଇଣ୍ଡୋନେସିଆ ଗ୍ରେସିକ ପୋର୍ଟରୁ ଆସିଥିବାବେଳେ, ପାରାଦୀପରୁ ଷ୍ଟିଲ ପ୍ଲେଟ ବୋଝେଇ ପରେ ତାହା ଡେନମାର୍କ ଅଭିମୁଖେ ଯାଇଥାନ୍ତା । ହେଲେ ସେଥିରୁ ୨୨ଟି କୋକେନ ପ୍ୟାକେଟ୍ ମିଳିଥିଲା । ଯାହାର ମୂଲ୍ୟ 220 କୋଟି ହେବ । ଏହାପରେ ଜାହଜରେ ଥିବା କ୍ୟାପ୍ଟେନ ଓ ସମସ୍ତ କ୍ରିଉ ମେମ୍ବର ଙ୍କୁ ବର୍ତ୍ତମାନ କଷ୍ଟମସ୍ ବିଭାଗ ପଚରା ଉଚରା କରୁଥିବାବେଳେ, ଅନେକ ତଥ୍ୟ ସାମ୍ନାକୁ ଆସିଛି । ଜାହାଜର ମାଲିକ ଭିଏତନାମର ହୋଇଥିବା ବେଳେ ଏହାପରେ ତାଙ୍କୁ ପଚରାଉଚରା କରିବାଲାଗି ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି ।

ତେବେ ଜାହାଜଟି ଇଣ୍ଡୋନେସିଆରୁ ପୋର୍ଟରୁ ବାହାରିବା ପୂର୍ବରୁ ସାଉଦି ଆରବର ଜେଭେଲ ଅଲି ପୋର୍ଟରେ ରହିଥିଲା । ସେଠାରେ ଜାହାଜର କ୍ରୁ ମେମ୍ବର ପରିବର୍ତ୍ତନ ହୋଇ ନୂଆ କ୍ରିଉ ମେମ୍ବର ଚଢିଥିବା ନେଇ ପଚରା ଉଚରା ବେଳେ ବର୍ତ୍ତମାନ ଜାହାଜରେ ଥିବା କ୍ରିୟୁ ମେମ୍ବର ମାନେ କହିଛନ୍ତି । ତେବେ ଏତେ ପରିମାଣର ନିଷିଦ୍ଧ ନିଶାଦ୍ରବ୍ୟ କେଉଁଠାରୁ ଆସିଥିଲା ଓ କୁଆାଡ଼େ ଯାଇଥାନ୍ତା ତାକୁ ନେଇ ଖୋଳତାଡ଼ କରୁଛି କଷ୍ଟମସ୍ ବିଭାଗ ।

Leave A Reply

Your email address will not be published.