Latest Odisha News

BREAKING NEWS

ସାଂସଦଙ୍କ ମାନବିକତା: ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଲେ

ନବରଙ୍ଗପୁର: ବିଜେଡି ନେତା ତଥା ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି ଗତ ରବିବାର ଦିନ ଦୁର୍ଘଟଣାର ଶିକାର ହୋଇଥିବା ୨ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା କରିବାରେ ସାହାଯ୍ୟ କରିଛନ୍ତି।

ପ୍ରାପ୍ତ ସୂଚନାନୁଯାୟୀ, ସମ୍ପୃକ୍ତ ବ୍ୟକ୍ତିମାନେ ମୋଟରସାଇକେଲ ଯୋଗେ ଯାଉଥିବା ବେଳେ ଦୁର୍ଭାଗ୍ୟବଶତଃ ଚାଟିଗୁଡା ଛକ ନିକଟରେ ଏକ କଲଭର୍ଟକୁ ଧକ୍କା ଦେଇଥିଲେ । ଯାହାଫଳରେ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ। ସେଠାରେ ଉପସ୍ଥିତ ଯାତ୍ରୀମାନେ କେବଳ ଦେଖଣାହାରୀ ସାଜିଥିଲେ । ଏହି ସମୟରେ ଡାବୁଗାଓଁରୁ ଉମରକୋଟେ ଅଭିମୁଖେ ଯାଉଥିବା ମାଝି ଗାଡିଟିକୁ ଅଟକାଇ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସକୁ ଡାକିଥିଲେ।

ଆହତମାନେ ମେନ୍ଦରା ଗାଁର ତୁଲାରାମ ସାନ୍ତ ଏବଂ ମକରା ସାନ୍ତ ବୋଲି ଜଣାପଡିଛି ।

ସେମାନଙ୍କୁ ପ୍ରଥମେ ଡାବୁଗାଓଁ କମ୍ୟୁନିଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ଏବଂ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

Leave A Reply

Your email address will not be published.