Latest Odisha News

BREAKING NEWS

ଦ୍ୱିତୀୟ ଟେଷ୍ଟରେ ପରାସ୍ତ ହେଲା ଭାରତ; ୨-୦ରେ ନ୍ୟୁଜିଲାଣ୍ଡର ଶୃଙ୍ଖଳା ହାସଲ

ଖ୍ରୀଷ୍ଟଚର୍ଚ୍ଚ: ଭାରତୀୟ ଟେଷ୍ଟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ପରାଜୟ ବରଣ କରିଛି । ଦ୍ୱିତୀୟ ଇନିଂସରେ ମାତ୍ର ୧୨୪ ରନରେ ଅଲଆଉଟ ହେବାପରେ ନ୍ୟୁଜିଲାଣ୍ଡକୁ ମ୍ୟାଚ ଜିତିବାକୁ ଆବଶ୍ୟକ ହେଉଥିଲା ୧୩୨ ରନ । କିୱିଦଳ ମାତ୍ର ୩ଟି ୱିକେଟ ବିନିମୟରେ ଆବଶ୍ୟକୀୟ ରନ ସଂଗ୍ରହ କରିଥିଲା । ନ୍ୟୁଜିଲାଣ୍ଡ ଖ୍ରୀଷ୍ଟଚର୍ଚ୍ଚରେ ଏହି ମ୍ୟାଚ ଜିତିବା ସହିତ ଶୃଙ୍ଖଳାକୁ ୨-୦ରେ ଜିତିଛି । ଭାରତୀୟ ଦଳ କ୍ରମାଗତ ଖରାପ ପ୍ରଦର୍ଶନ କରିବା ଯୋଗୁଁ ଏହି ଟେଷ୍ଟରେ ପରାସ୍ତ ହେବାକୁ ପଡ଼ିଛି ।

ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତୀୟ ଦଳ ୨୪୨ ରନ କରିଥିଲା । ସେହିପରି ନ୍ୟୁଜିଲାଣ୍ଡ ଦଳ ୨୩୫ ରନ କରିଥିଲା ୧ମ ପାଳି ବ୍ୟାଟିଂରେ । ତେବେ ୨ୟ ଇନିଂସରେ ମାତ୍ର ୧୨୪ ରନରେ ଭାରତୀୟ ବ୍ୟାଟିଂ ବିପର୍ଯ୍ୟୟ ଘଟିବାରୁ ନ୍ୟୁଜିଲାଣ୍ଡ ସହଜରେ ଏହି ଟେଷ୍ଟମ୍ୟାଚଟିକୁ ହାତେଇ ପାରିଛି ।

ନ୍ୟୁଜିଲାଣ୍ଡ ପକ୍ଷରୁ ଟମ୍ ବଣ୍ଡେଲ ୫୫ ରନ, ଲଥାମ ୫୩ ରନ, ୱିଲିୟମସନ ୫ରନ, ରସ ଟେଲର୍ ୫ ଏବଂ ନିକୋଲସ ୫ ରନ ସଂଗ୍ରହ କରିଥିଲେ ।

ଭାରତୀୟ ଦଳ ଏହି ଟେଷ୍ଟରେ ଉଭୟ ବ୍ୟାଟିଂ ଏବଂ ବୋଲିଂ ବିଭାଗରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି ।

କେଲ୍ ଜାମିସନ ଏହି ଟେଷ୍ଟରେ ପ୍ଲେୟାର ଅଫ ଦି ମ୍ୟାଚ ଘୋଷିତ ହୋଇଥିବା ବେଳେ ଟିମ୍ ସାଉଦିଙ୍କୁ ପ୍ଲେୟାର୍ ଅଫ ଦି ସିରିଜ ବିବେଚିତ ହୋଇଛନ୍ତି ।

Leave A Reply

Your email address will not be published.