Latest Odisha News

BREAKING NEWS

ଲାଲୁ ଯାଦବଙ୍କ ଜାମିନ ବିରୋଧରେ ସୁପ୍ରିମକୋର୍ଟରେ ହେବ ଶୁଣାଣି

ଜାମିନରେ ଆସି ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି ଲାଲୁ

ନୂଆଦିଲ୍ଲୀ: ବିହାରର ର୍ପୂବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ପାଇଁ ବଢ଼ୁଛି ଅଡ଼ୁଆ । ସୁପ୍ରିମକୋର୍ଟ ଲାଲୁ ଯାଦବଙ୍କ ଜାମିନ ବିରୋଧରେ ଶୁଣାଣି କରିବେ ବୋଲି ଜଣାପଡ଼ିଛି । ଝାରଖଣ୍ଡ ହାଇକୋର୍ଟରେ ଲାଲୁ ଯାଦବଙ୍କୁ ଗତ ବର୍ଷ ଏପ୍ରିଲ ୧୭ରେ ଗୋଖାଦ୍ୟ ଦୁର୍ନୀତି ମାମଲାରେ ମିଲିଥିଲା ଜାମିନ । ଝାରଖଣ୍ଡ ସରକାର ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ ।

ଆଜି ଜଷ୍ଟିସ୍ ଏଲ. ନାଗେଶ୍ୱର ରାଓ ଏବଂ ବି. ଆର ଗବାଇଙ୍କ ଖଣ୍ଡପୀଠ ଏହି ପିଟିସନକୁ ଗ୍ରହଣ କରି ଏହାର ଶୁଣାଣି ପାଇଁ ରାଜି ହୋଇ ନୋଟିସ ଜାରି କରିଛନ୍ତି । ଲାଲୁ ଏବେ ଜାମିନରେ ଆସି ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି ।

ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଲାଲୁଙ୍କୁ ହୋଇଥିବା କାରାଦଣ୍ଡର ଅର୍ଦ୍ଧାଧିକ ଅବଧି ଲାଲୁ ଜେଲରେ କାଟି ସାରିଛନ୍ତି । ଏହାକୁ ଆଧାର କରି ହାଇକୋର୍ଟ ଲାଲୁଙ୍କୁ ଗତ ବର୍ଷ ଜାମିନ ପ୍ରଦାନ କରିଥିଲେ । ଡୁମକା ଟ୍ରେଜରୀରୁ ୩.୧୩ କୋଟି ଟଙ୍କାର ନକଲି ଦସ୍ତାବିଜ ଜରିଆରେ ଟଙ୍କା ଉଠାଣ ମାମଲାରେ ଲାଲୁ ଜେଲ ଦଣ୍ଡ ଭୋଗୁଥିଲେ ।

ଡୁମକା, ଚାଇବାସା, ଦେଓଘର ଓ ଦୋରଣ୍ଡା ଟ୍ରେଜରୀ ଟଙ୍କା ଉଠାଣ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ସ୍ୱତନ୍ତ୍ର ସିବିଆଇ କୋର୍ଟ ରାୟ ବିରୋଧରେ ଝାରଖଣ୍ଡ ହାଇକୋର୍ଟ ଯାଇଥିଲେ ଲାଲୁ । ଡୁମକା, ଦେଓଘର ଓ ଚାଇବାସା ମାମଲାରେ ତାଙ୍କୁ ଜାମିନ ମିଳିଥିଲା । କାରାଦଣ୍ଡର ଅର୍ଦ୍ଧାଧିକ ସମୟ ଭୋଗିଥିବା ଆଧାରରେ ତାଙ୍କୁ ହାଇକୋର୍ଟରେ ଜାମିନ ମିଳିଯାଇଥିଲା ।

Leave A Reply

Your email address will not be published.