Latest Odisha News

BREAKING NEWS

ରାଜ୍ୟରେ କମିବ ଶୀତର ପରିମାଣ, ନୂଆବର୍ଷର ପ୍ରଥମ ସପ୍ତାହରେ ବର୍ଷା ସମ୍ଭାବନା

ଭୁବନେଶ୍ଵର: ନୂଆ ବର୍ଷ ଆରମ୍ଭରୁ ରାଜ୍ୟରେ ବର୍ଷା ସମ୍ଭାବନା । ଜାନୁଆରୀ ପ୍ରଥମ ସପ୍ତାହର ଶେଷ ଆଡ଼କୁ ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।

୪ ଓ ୫ ତାରିଖରେ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେନ୍ଦରଗଡ, କେନ୍ଦୁଝର ଓ ମୟୁରଭଞ୍ଜର କିଛି ସ୍ଥାନରେ ସ୍ଵଳ୍ପରୁ ମଧ୍ୟଡ଼ ଧରଣର ବର୍ଷା ହୋଇପାରେ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ । ତେବେ ଆଗାମୀ ୫ ଦିନ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି କୁହାଯାଇଛି । ଅଧିକାଂଶ ସ୍ଥାନରେ ଏହା ସ୍ବାଭାବିକ ଠାରୁ ୨ରୁ ୪ ଡିଗ୍ରୀ ଅଧିକ ରହିପାରେ ।

ସେପଟେ ଆସନ୍ତାକାଲି ଆଭ୍ୟନ୍ତରୀଣ ଓଡିଶାରେ ଘନ କୁହୁଡି ଦେଖାଦେବ । ସେହିପରି ୨ତାରିଖରେ ଦକ୍ଷିଣ ଉପକୂଳ ଓଡିଶାରେ ଘନ କୁହୁଡି ଦେଖାଦେବ । ଘନ କୁହୁଡ଼ି ପାଇଁ ଅଧିକାଂଶ ଜିଲ୍ଲାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କିଛିଦିନ ହେବ ରାଜଧାନୀ ଭୁବନେଶ୍ବର ସମେତ ପୂରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ଶୀତୁଆ ସକାଳକୁ ଘନ କୁହୁଡି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି ।

Comments are closed.