Latest Odisha News

BREAKING NEWS

ଓଡ଼ିଶା ମଧ୍ୟ ଦେଇ ଗଡ଼ିଲା ଅମୃତ ଭାରତ ଏକ୍ସପ୍ରେସ୍, ପଶ୍ଚିମବଙ୍ଗ ମାଲଦାରୁ ବେଙ୍ଗାଲୁରୁ ଯାଏ ଗଡ଼ିବ ଟ୍ରେନ

ଭୁବନେଶ୍ଵର: ଓଡ଼ିଶାରେ ପହଞ୍ଚିଲା ଅମୃତ ଭାରତ ଏକ୍ସପ୍ରେସ୍‌। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅମୃତ ଭାରତ ଟ୍ରେନର ଶୁଭାରମ୍ଭ କରିବା ପରେ ଆଜି ଓଡ଼ିଶା ମଧ୍ୟ ଦେଇ ଗଡ଼ିଛି ଅମୃତ ଭାରତ ଏକ୍ସପ୍ରେସ୍‌ । ପ୍ରଧାନମନ୍ତ୍ରୀ ଗତକାଲି ୨ଟି ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି । ଗୋଟିଏ ଟ୍ରେନ ଦରଭଙ୍ଗାରୁ ବାହାରି ଅଯୋଧ୍ୟା ଧାମ ଦେଇ ଆନନ୍ଦବିହାରରେ ପହଞ୍ଚିବା ବେଳେ ଅନ୍ୟଟି ପଶ୍ଚିମବଙ୍ଗର ମାଲଦା ଟାଉନରୁ ବାହାରି  ବାଙ୍ଗାଲୁରୁରେ ପହଞ୍ଚିବ । ଯିବା ବାଟରେ ଏହି ଟ୍ରେନ୍ ଟି ୫ଟି ରାଜ୍ୟ ଦେଇ ଗତି କରିବ । ସେହି ପାଞ୍ଚଟି ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି । ଓଡିଶାର ଜଳେଶ୍ୱର, ବାଲେଶ୍ୱର, ସୋର, ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍ ପରେ ବ୍ରହ୍ମପୁର ଷ୍ଟେସନ ଦେଇ ଚାଲିବ ଟ୍ରେନ ।

ଅମୃତ ଭାରତ ଏକ୍ସପ୍ରେସ ଭୁବନେଶ୍ୱର ଷ୍ଟେସନରେ ପହଞ୍ଚିବା ପରେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟସଭା ସାଂସଦ ମୁନ୍ନା ଖାଁ ଓ ସୁଲତା ଦେଓ ଉପସ୍ଥିତ ରହି ସ୍ବାଗତ କରିଥିଲେ । ସେହିପରି ପ୍ରତି ରେଳ ଷ୍ଟେସନରେ ଜଣେ ଲେଖାଏଁ ଜନ ପ୍ରତିନିଧି ଏହି ଟ୍ରେନକୁ ସ୍ୱାଗତ କରୁଛନ୍ତି । ଅମୃତ ଭାରତ ଟ୍ରେନ୍ ହେଉଛି ଦେଶର ଏକ ନୂତନ ଧରଣର ସୁପରଫାଷ୍ଟ ଯାତ୍ରୀବାହୀ ଟ୍ରେନ୍। ଅଣ-ଶୀତତାପ ନିୟନ୍ତ୍ରିତ କୋଚ୍ ସହିତ LHB କୋଚ୍ ରହିବ। ଏହା ପୁସ୍ ପୁଲ ଟ୍ରେନ୍ ଭାବେ ଉଭୟ ପାର୍ଶ୍ୱରେ ଇଂଜିନ ସହିତ ଚଳାଚଳ କରିବ । ଏଥିରେ ରେଳ ଯାତ୍ରୀଙ୍କ ପାଇଁ ସୁନ୍ଦର ଆକର୍ଷଣୀୟ ଡିଜାଇନ୍ ସିଟ୍, ଉନ୍ନତମାନର ଲଗେଜ ୟାର୍କ, ଏଲଇଡି ଲାଇଟ୍, ସିସିସିଟି ଭଳି ସୁବିଧା ରହିବ ।

 

 

Leave A Reply

Your email address will not be published.