Latest Odisha News

ହାଡ ଭଙ୍ଗା ଶୀତରେ ଶରୀରକୁ ଗରମ ପ୍ରଦାନ କରେ ଏହି ସୁପ୍, ସ୍ଵାସ୍ଥ୍ୟ ପାଇଁ ରାମବାଣ, ଘରେ ବି କରିପାରିବେ ପ୍ରସ୍ତୁତ୍

ଭୁବନେଶ୍ଵର: ସାଧାରଣତଃ ଶୀତଦିନେ ଗରମ ରହିବା ପାଇଁ ବିଭିନ୍ନ ପ୍ରକାରର ସୁପ୍ କରି ପିଇବାକୁ ପସନ୍ଦ କରିଥାନ୍ତି । ତାହା ଯେତିକି ସ୍ୱାଦିଷ୍ଟ ହୋଇଥାଏ, ସେଥିରେ ଥିବା ପୋଷକ ତତ୍ତ୍ୱ ଶରୀର ପାଇଁ ସେତିକି ଲାଭ ଦାୟକ ମଧ୍ୟ ହୋଇଥାଏ । ପିଲା ହୁଅନ୍ତୁ କିମ୍ବା ବୟସ୍କ, ସମସ୍ତେ ପ୍ରାୟତଃ ସୁପ୍ ପିଇବାକୁ ପସନ୍ଦ କରନ୍ତି । ସୁପ୍ ଆପଣଙ୍କୁ କେବଳ ଶାରୀରିକ ଭାବରେ ସକ୍ରିୟ ରଖେ ନାହିଁ, ବରଂ ଆପଣଙ୍କୁ ଅନେକ ରୋଗରୁ ମଧ୍ୟ ଦୂରେଇ ରଖେ | ଯଦି ଆପଣ ସୁସ୍ଥ ସ୍ଵାସ୍ଥ୍ୟ ପାଇଁ କିଛି ଉତ୍ତମ ପ୍ରକାରର ସୁପ୍ ପିଇବାକୁ ଚାହାଁନ୍ତି, ତେବେ ଏଠାରେ ଆମେ ଆପଣଙ୍କୁ ଏପରି କିଛି ସୁପ୍ ର ରେସିପି କହିବୁ ଯାହାକୁ ଆପଣ ଶୀତଦିନେ ନିଶ୍ଚୟ ଭାବରେ ପିଇବା ଜରୁରୀ ।

ଟମାଟୋ ସୁପ୍

ଟମାଟୋ ସପ୍ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ | ଏହି ସୁପ୍ ତିଆରି କରିବା ପାଇଁ ପିଆଜ, ରସୁଣ ଏବଂ ଟମାଟୋକୁ କାଟି ରଖନ୍ତୁ । ଏକ ପ୍ୟାନ୍ ରେ ଦୁଇ ଟେବୁଲ ଚାମଚ ତେଲ ଦେଇ ତାକୁ ଗରମ ହୋବକୁ ଛାଡନ୍ତୁ । ତା’ପରେ ପ୍ୟାନରେ ତେଜପତ୍ର ମିଶାଇ କିଛି ସମୟ ଭାଜନ୍ତୁ | ଏହା ପରେ କଟା ଟମାଟୋ, ଗାଜର, ରସୁଣ ଏବଂ ପିଆଜ ପକାଇ ଏହାକୁ ସିଝିବା ପାଇଁ ଛାଡି ଦିଅନ୍ତୁ | ପରିବା ସିଝିଗଲା ପରେ ପରେ ସ୍ୱାଦ ଅନୁଯାୟୀ ଲୁଣ ମିଶାଇ ଏହାକୁ ପିଅନ୍ତୁ |

ପନିପରିବା ସୁପ୍

ଶୀତଦିନେ ପନିପରିବା ସୁପ୍ ପ୍ରସ୍ତୁତ କରିବାକୁ, ପ୍ରଥମେ ନିଜ ପସନ୍ଦର ପନିପରିବା ବାଛନ୍ତୁ । ତା’ପରେ ଏକ ପ୍ୟାନରେ ଏକ ବଡ଼ ଚାମଚ ତେଲ ଗରମ କରନ୍ତୁ | ତେଲ ଗରମ ହୋଇଗଲେ ସେଥିରେ କଟା ପିଆଜ ଏବଂ ଗାଜର ମିଶାନ୍ତୁ | ଏହା ପରେ, ଏହାକୁ ପ୍ରାୟ ୧୦ ମିନିଟ୍ ପାଇଁ ଭାଜନ୍ତୁ ଏବଂ ତା’ପରେ ଆପଣଙ୍କର ପ୍ରିୟ ପନିପରିବା ମିଶାନ୍ତୁ ଏବଂ କିଛି ସମୟ ଭାଜନ୍ତୁ | ସେଥିରେ ଚାହିଁଲେ ଆପଣ କିଛି ଡାଲି ମଧ୍ୟ ମିଶାଇପାରିବେ । ସେଥିରେ କିଛି କଟା ରସୁଣ, ଗୋଲମରିଚ ଓ ସ୍ଵାସ ଅନୁସାରେ ଲୁଣ ଦିଅନ୍ତୁ । ତା’ପରେ ପରିମାଣ ଅନୁଯାୟୀ ପାଣି ଦେଇ ଏହାକୁ ସିଝିବାକୁ ଛାଡି ଦିଅନ୍ତୁ | ଡାଲି ଏବଂ ପରିବା ସିଝିଗଲେ ଗ୍ୟାସ ବନ୍ଦ କରିଦିଅନ୍ତୁ । ଏବେ ଗରମା ଗରମ ସୁପ୍ ପିଅନ୍ତୁ ।

ସୁପ୍ ର ଲାଭ

ଶୀତଦିନେ, ସୁପ୍ ଆପଣଙ୍କୁ ଭିତରୁ ଗରମ ରଖେ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟ କରେ | ଏହି ଋତୁରେ ସୁପ୍ ପିଇବା ଦ୍ଵାରା ଶରୀରକୁ ଶକ୍ତି ମିଳିଥାଏ, ଆଳସ୍ୟ ଦୂର କରିଥାଏ ଏବଂ ଶୀତରୁ ରକ୍ଷା ମଧ୍ୟ କରିଥାଏ | ଏହା ବ୍ୟତୀତ, ସୁପ୍ ବହୁତ ସ୍ୱାଦିଷ୍ଟ ତେଣୁ ଆପଣ ଏହାର ସ୍ୱାଦ ମଧ୍ୟ ଉପଭୋଗ କରିପାରିବେ |

 

Leave A Reply

Your email address will not be published.