ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ସାରା ଦେଶରେ ଲାଗୁ ହୋଇଛି ଲକ୍-ଡାଉନ୍ ନିର୍ଦ୍ଦେଶ । ଏପରି ସ୍ଥିତିରେ ଓଡିଶା ପୋଷ୍ଟାଲ ସର୍କଲ୍ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କୁ ପୋଷ୍ଟ ଅଫିସରୁ କିମ୍ବା ଏଟିଏମରୁ ଟଙ୍କା ଉଠାଣ କରିବା ପାଇଁ ବ୍ୟବସ୍ଥା କରିଛି ।
— CPMG Odisha (@CPMG_Odisha) April 2, 2020
ଏକ ପ୍ରେସ୍ କନଫେରେନ୍ସରେ ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲ୍ ସୁଭାଷ ଚନ୍ଦ୍ର ବର୍ମା କହିଥିଲେ ଯେ ଆଧାର ଲିଙ୍କ ଥିବା ସମସ୍ତ ବ୍ୟାଙ୍କ ଆକାଉଣ୍ଟରୁ ଲୋକେ ଟଙ୍କା ଉଠାଇପାରିବେ ।
ସେ ଏପରି ବି କହିଥିଲେ ଯେ ଗତ ସପ୍ତାହରେ ୭ହଜାରରୁ ଅଧିକ ଟ୍ରାନ୍ସାକ୍ସନ୍ରେ ଲୋକେ ୨.୪୫ କୋଟି ଟଙ୍କା ପୋଷ୍ଟାଲ୍ ଏଟିଏମ୍ରୁ ଉଠାଇଥିଲେ । ସେହିଭଳି ଆଧାର ଏନେବଲ୍ଡ ପେମେଣ୍ଟ ସିଷ୍ଟମ ଜରିଆରେ ପ୍ରାୟ ୫ ହଜାର ଆକାଉଣ୍ଟରୁ ୩.୪୫ କୋଟି ଟଙ୍କାର ଉଠାଣ ହୋଇଥିଲା ।
ଟଙ୍କା ଉଠାଣ ସେବା ସହ ଗରିବ ଲୋକଙ୍କୁ ମନି ଅର୍ଡର୍, ମାସ୍କ, ଗ୍ଲୋଭ୍ସ ଓ ସାନିଟାଇଜର୍ ଭଳି ପିପିଇ ଡେଲିଭରୀ କରିବା ସହ ଖାଦ୍ୟ ପହଂଚାଇବା ଭଳି ଗୁରୁଦାୟୀତ୍ୱ ବହନ କରିଥିଲା ।
The chief PMG, Odisha conducted a press conference today on working of ODISHA postal circle in pandemic Covid19 situation towards committment of Postal Department for basic needs of general public. For any query/assistance, people may contact with the number below. pic.twitter.com/RquW1wctm8
— CPMG Odisha (@CPMG_Odisha) April 2, 2020
ସାଧାରଣ ଲୋକଙ୍କୁ ଯେପରି କିଛି ଅସୁବିଧା ନ ହୁଏ, ସେଥିଲାଗି ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ପୋଷ୍ଟ ଅଫିସ ଅଧିକାରୀଙ୍କ ସହ ଆଲୋଚନା କରି ଏହି ସମସ୍ତ ସୁବିଧା ଉପଲବ୍ଧ କରାଇବା ପାଇଁ ପରାମର୍ଶ ଦେଇଛନ୍ତି ।
Comments are closed.