Latest Odisha News

BREAKING NEWS

ଆଜି ଶେଷ ହେବ ମାଟ୍ରିକ ପରୀକ୍ଷା; ଶେଷ ଦିନରେ ଗଣିତ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ମାଟ୍ରିକ ପରୀକ୍ଷା ଆଜି ଶେଷ ହେବ। ଆଉ କିଛି ସମୟ ପରେ ମାଟ୍ରିକ ପରୀକ୍ଷା ସରିବାକୁ ଥିବା ବେଳେ ଶେଷ ଦିନରେ ଗଣିତ ପରୀକ୍ଷା ଦେବେ ଛାତ୍ର ଛାତ୍ରୀ। ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୦ଟା ପର୍ଯ୍ୟନ୍ତ ଚାଲିବ। ଏଥର ପରୀକ୍ଷାକୁ କଡ଼ା ସୁରକ୍ଷା ମଧ୍ୟରେ କରାଯାଇଛି।  ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀ କେବଳ ଆଡମିଟ କାର୍ଡ, ପେନ୍, ପେନସିଲ ଓ ଜୋମେଟ୍ରିବକ୍ସ ନେବାର ଅନୁମତି ଦିଆଯାଇଛି।

ଚଳିତ ବର୍ଷ ମାର୍ଚ୍ଚ ୧୦ ତାରିଖରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ୫ ଲକ୍ଷ ୪୧ ହଜାର ୨୪୭ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ଫିଲପ କରିଥିଲେ। ପରୀକ୍ଷା ସୁଚାରୁରୂପେ କରିବା ପାଇଁ ମୋଟ ୩ ହଜାର ୨୧୮ ପରୀକ୍ଷା କେନ୍ଦ୍ର ହୋଇଥିଲା ବେଳେ ୩୧୬ଟି ନୋଡାଲ ସେଣ୍ଟର ବୋର୍ଡ ପକ୍ଷରୁ କରାଯାଇଥିଲା। ନକ୍ସଲ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଥିଲା। ତେବେ ଏଥର ରାଜ୍ୟ ସରକାର ଓ ବୋର୍ଡ଼ ପକ୍ଷରୁ ବ୍ୟାପକ ସୁରକ୍ଷା କରିଥିଲେ ବି ପରୀକ୍ଷାରେ ବିଭିନ୍ନ ତ୍ରୁଟି  ଦେଖା ଦେଇଥିଲା। ପ୍ରଶ୍ନପତ୍ର ଭାଇରାଲ ହେବା ସହ ପ୍ରଶ୍ନପତ୍ରରେ ତ୍ରୁଟି ପରିଲିକ୍ଷିତ ହୋଇଥିଲା।

Comments are closed.