Latest Odisha News

ବଦଳିଲା ପାଗ, ରାଜ୍ୟରେ ଘନ କୁହୁଡ଼ି ଓ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ବଦଳିଛି ପାଗ । ବଙ୍ଗୋପସାଗରରୁ ରାଜ୍ୟକୁ ମଧ୍ୟକୁ ପ୍ରବେଶ କରୁଥିବା ଉଷ୍ମ ଓ ଜଳୀୟବାଷ୍ପପୂର୍ଣ୍ଣ ସାମୁଦ୍ରିକ ପବନର ପ୍ରଭାବ ରହିଛି । ରାଜ୍ୟର ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ବୃଦ୍ଧି ଘଟିଛି । ଏଥିପାଇଁ ଶୀତ କମିଛି । ହେଲେ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ମଙ୍ଗଳବାର କୁହୁଡ଼ି ପାଇଁ ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, କୋରାପୁଟ, ମାଲକାନଗିରି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ରାଜ୍ୟର ଅନେକ ଜିଲ୍ଲାରେ ମେଘୁଆ ପାଗ ରହିବ । ୱେଷ୍ଟର୍ଣ୍ଣ ଡ଼ିଷ୍ଟର୍ବାନ୍ସ ପ୍ରଭାବରେ ଓଡ଼ିଶାରେ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଛି । ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାରେ ବର୍ଷାର ପରିମାଣ ଅଧିକ ରହିବା ସମ୍ଭାବନା ରହିଛି ।

୩୦ ତାରିଖ ବେଳକୁ ବର୍ଷାର ପରିମାଣ ହ୍ରାସ ପାଇବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଆସନ୍ତା ୨ରୁ ୩ ଦିନ ଯାଏଁ ଏହିଭଳି ପାଗ ଲାଗି ରହିବ । ଦୁଇ ତିନି ଦିନ ପରେ ତାପମାତ୍ରାରେ ହ୍ରାସ ହେବ । ପୁଣି ଶୀତ ଫେରିବ ।

Comments are closed.