Latest Odisha News

BREAKING NEWS

ମହାରାଷ୍ଟ୍ର ଓ ଦିଲ୍ଲୀରେ ମାଡୁଛି ଓମିକ୍ରନ୍, ଦେଶରେ ୬୫୩ କେସ୍

ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି ଓମିକ୍ରନ୍ । ୨୧ ରାଜ୍ୟରେ ପଶିଲାଣି କରୋନାର ନୂଆ ଭାରିଆଣ୍ଟ । ଦୈନିକ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ବାହାରିଛି ଆଉ ୭୫ ପଜିଟିଭ୍ । ଦେଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୬୫୩କୁ ବୃଦ୍ଧି ପାଇଛି । ଗତକାଲି ଏହି ସଂଖ୍ୟା ଥିଲା ୫୭୮ ।

ମହାରାଷ୍ଟ୍ର ଓ ଦିଲ୍ଲୀରେ ବଢୁଛି ଓମିକ୍ରନ୍ କେସ୍ । ଗତକାଲି ଯାଏ ଦିଲ୍ଲୀରେ ସର୍ବାଧିକ ନୂଆ ଭାରିଆଣ୍ଟ କେସ୍ ଥିଲା । ଆଜି ଟପରେ ରହିଛି ମହାରାଷ୍ଟ୍ର । ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରୁ ୧୬୭ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଦେଶର ରାଜଧାନୀରେ ଏହି ସଂଖ୍ୟା ୧୬୫ ।

ସେହିପରି କେରଳରେ ୫୭, ତେଲେଙ୍ଗାନାରେ ୫୫, ଗୁଜରାଟରେ ୪୯, ରାଜସ୍ଥାନରେ ୪୬, ତାମିଲନାଡୁରୁ ୩୪, କର୍ଣ୍ଣାଟକରୁ ୩୧ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୬୫୩ ସଂକ୍ରମିତଙ୍କ ଭିତରୁ ଏହାରି ଭିତରେ ସୁସ୍ଥ ହେଲେଣି ୧୮୬ ଜଣ ।

Leave A Reply

Your email address will not be published.