ଭୁବନେଶ୍ବର: ଆପଣ ଦେଖୁଥିବେ ଏଇ ସପ୍ତାହ ହେଲା ଓଡ଼ିଶାରେ ଅନେକ ବଡ଼ ବଡ଼ ଖବର ରହିଛି । କିନ୍ତୁ ଓଡ଼ିଶାର ମିଡିଆର କିଛି ଲୋକ ଟୁଙ୍ଗୁରୁ ଭୋଳ ପଛରେ ପଡିଛନ୍ତି । ଓଡ଼ିଶାରେ ଯେପରି ଟୁଙ୍ଗୁର ପଛରେ ପଡି ଶସ୍ତା ଖବର ପ୍ରଚାର ପ୍ରସାର କରାଯାଉଛି ତାହାକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଉଛି । କିନ୍ତୁ କଣ କରାଯିବ, ବୁଦ୍ଧିଜୀବୀମାନଙ୍କର ସ୍ବର ସେମାନଙ୍କ କାନରେ ପହଁଚାଇବା ପାଇଁ କିଛି ବାଟ ନାହିଁ । ବୁଦ୍ଧିଜୀବୀଙ୍କ ପ୍ରଶ୍ନ ଏହି ଖବର ସମାଜକୁ କି ବାର୍ତ୍ତା ଦେଉଛି । ଓଡ଼ିଶାର ସାମ୍ବାଦିକମାନେ ଏଭଳି ଶସ୍ତା ଷ୍ଟୋରି ପାଇଁ ଯେଉଁଭଳି ଧାଉଁଛନ୍ତି ତାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି । ଆଜି ଓଡିଆ ସିନେମାକୁ ଲୋକେ ପସନ୍ଦ ଏଇଥିପାଇଁ କରୁନାହାଁନ୍ତି କାରଣ ସେଥିରେ ଖାଲି ଶସ୍ତା ଷ୍ଟୋରି ଅପେକ୍ଷା ଆଉ କିଛି ନାହିଁ । ତେବେ ଓଡ଼ିଶାର ତଥା କଥିତ କେତେକ ବଡ଼ ବଡ଼ ଗଣମାଧ୍ୟମ ଏବେ ଯେଉଁଭଳି ଶସ୍ତା ଷ୍ଟୋରି ପଛରେ ପଡିଛନ୍ତି । ବାଜେ ଖବରକୁ ପ୍ରାଧାନ୍ୟ ଦେଉଛନ୍ତି ସମୟ ଆସିବ ସେମାନଙ୍କ ଉପରୁ ଲୋକଙ୍କ ବିଶ୍ବାସ ହଟିଯାଇପାରେ ବୋଲି ବୁଦ୍ଧିଜୀବୀଙ୍କ ମତ । ଆଉ ଯାହା ଫଳରେ ଦିନ ଆସିବ ଓଡ଼ିଶାର ଲୋକେ ସେ ସବୁ ଟିଭି ଚ୍ୟାନେଲ ବଦଳାଇବାରେ ଲାଗିବେ ବୋଲି ଚର୍ଚା ହେଉଛି ।
ଟୁଙ୍ଗୁରୁ ଷ୍ଟୋରି ଦେଖି ବୁଦ୍ଧିଜୀବୀଙ୍କ ପ୍ରଶ୍ନ ଓଡ଼ିଶାର ଗଣମାଧ୍ୟମର ବିବେକ, ବିଚାର କଣ ମରିଗଲାଣି କି? 20 ବର୍ଷର ଅଟୋଚଳାଉଥିବା ଯୁବକ ଦୁଇଟି ଛୁଆ ଥିବା ମହିଳାଙ୍କ ସହ ସଂପର୍କର ଏତେ ଚର୍ଚା କାହିଁକି? କଣ ସେ ଗରିବ ବୋଲି କି? ସେ ମହିଳା ମୁଣ୍ଡକୁ କଣ ଆସିଲା ସେ କହିଦେଇଗଲା । ତା କଥାକୁ ଏପରି ଭାଇରାଲ କରାଯାଉଛି କାହିଁକି? ଯଦି ସେ ଧନୀ ହୋଇଥାନ୍ତା ତା ଖବର କଣ ଏପରି ପ୍ରଚାର ପ୍ରସାର କରାଯାଉଥାନ୍ତା । ଧନୀ ହୋଇଥିଲେ ତାର ପରିବାର ଯାଇ କୋର୍ଟରେ ପହଁଚି ସାରନ୍ତାଣି । ଗରିବ ମାଇପ ସବୁରି ଶାଳି ନ୍ୟାୟରେ ଏପରି କରାଯାଉଛି କହିଲେ ଅତ୍ୟୁକ୍ତ ହେବ ନାହିଁ । ଗୋଟେ ଗରିବ ମହିଳା ମନକୁ କଣ ଆସିଲା ସେ ଥାନାରେ ଯାଇ ଅଭିଯୋଗ କଲା । ପୋଲିସ ତାହାର ଆଲୋଚନା କରି ତାକୁ ନ୍ୟାୟ ଦେବ । ଗୋଟେ ସାଧାରଣ ମହିଳାର କଣ ମର୍ଯ୍ୟଦା ନାହିଁ । କିନ୍ତୁ ଟିଭି ଆଙ୍କର ମାନେ ଯେପିର ପଚାରୁଛନ୍ତି । ସାମ୍ବାଦିକମାନେ ଯେପରି ଇଣ୍ଟଭ୍ୟୁ କରୁଛନ୍ତି । ଏଥରୁ ଜଣାପଡୁଛି ଦର୍ଶକଙ୍କ ମନରେ ଏକ ଶସ୍ତା ଚିତ୍ରକୁ ଦେଖାଇବାକୁ ଚାହୁଛି ଗଣମାଧ୍ୟମ । ଏହା ଏକ ଶସ୍ତା ମନୋରଂଜନ କରୁଥିବା ଖବର କୁହାଯାଇପାରେ । ବୁଦ୍ଧିଜୀବୀଙ୍କ କହିବା କଥା ଏଥିରୁ ରୁଚରି ଅବକ୍ଷୟର ସୂଚନା ହିଁ ମିଳୁଛି ।
ବୁଦ୍ଧିଜୀବୀଙ୍କ ପ୍ରଶ୍ନ ହେଉଛି ଓଡ଼ିଶାର ଗଣମାଧ୍ୟମ ଏଭଳି ଖବର ପଛରେ କାହିଁକି ପଡିଛି ?। ଯେତେବେଳେ ଓଡ଼ିଶାର ଝିଅ ଦ୍ରୈାପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି । ଯେତେବେଳେ ମହାରାଷ୍ଟ୍ରରେ ରାଜନୀତି ଅସ୍ଥିର ରହିଛି । ମହାପ୍ରଭୁଙ୍କ ରଥ ଯାତ୍ରା ଆସୁଛି । ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ଅଛନ୍ତି । ଅଗ୍ନିପଥ କୁ ନେଇ ଭିନ୍ନ ମତ ରହିଛି । ମୋଦି ବି ଜି-7 ବୈଠକରେ ଯୋଗଦେବାକୁ ଯାଇଛନ୍ତି । ଦୁଇବର୍ଷ ପରେ ଶିକ୍ଷାନୁଷ୍ଠାନ ଖୋଲିଛି । ହାତୀ ମୃତ୍ୟୁ ଘଟଣା ବଢ଼ୁଛି । ଋଷ –ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି । ଏମିତି ଗଦା ଗଦା ପ୍ରସଙ୍ଗ ରହିଛି ।
ତେବେ ଏସବୁ ଖବରକୁ ଛାଡି ଓଡ଼ିଶାର ଟିଭି ଟୁଙ୍ଗୁର ପଛରେ ଧାଉଁଛି । ଏକ ଶସ୍ତା ଖବରକୁ ଦିନରାତି ବଜାଉଛି । ସେ କଣ ଖାଇଲା, ସେ କିଭଳି ପ୍ରେମ ଆରମ୍ଭ କଲା, ତା ପ୍ରେମ କିପରି ଚାଲିଲା, ବନ୍ଦ ହେଲା ଏସବକୁ ନେଇ ତା ନାମରେ ବାଜେ ଗୀତି ରେକର୍ଡିଂ ହେଉଛି । ଏହା ସମାଜକୁ କି ବାର୍ତା ଦେଉଛି ବୋଲି ପ୍ରଶ୍ନ କରୁଛନ୍ତି ଗାଁଠାରୁ ଆରମ୍ଭ କରି ସହର ବଜାର ଚାଖଟିର ବୁଦ୍ଧିଜୀବୀମାନେ । ସେମାନେ ଏହି କଥା ପଚାରୁଛନ୍ତି ତମ ସାମ୍ବାଦିକମାନୁ ଲଜ୍ଜା ନାହିଁ କି ତମକୁ ଖବର ମିଳୁନି । ସେଥିପାଇଁ ଏଇ ଷ୍ଟୋରି କରି ସମାଜର ବାତାବରଣକୁ କଳୁଷିତ କରୁଛ । ତାଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦେଇହେଉନାହିଁ ।
ନିଜକୁ ବଡ଼ ବଡ଼ ରିପୋର୍ଟର କହୁଥିବା ସାମ୍ବାଦିକ ମାନେ ଟୁଙ୍ଗୁରୁ ର ପ୍ରେମ ସଂପର୍କ ଷ୍ଟୋରିର ଇଣ୍ଟରଭ୍ୟୁ ପାଇଁ ଯେମିତି କାକୁତି ମିନତୀ ହେଉଛନ୍ତି ତାହା ଦେଖି ସେମାନଙ୍କ ଅସହାୟ ବୁଝାପଡୁଛି । ପୂର୍ବରୁ ଏଭଳି ଖବରକୁ ଘୃଣା କରୁଥିବା ବେଳେ ଏବେ ଏହି ଖବର ନମ୍ବର ଓ୍ବାନ ବୋଲି କୁହାଯାଉଛି । ତେବେ ବୁଦ୍ଧିଜୀବୀମାନେ କହୁଛନ୍ତି ଟୁଙ୍ଗୁରୁ- ବର୍ଷା ଖବର ୨୦ତାରିଖରୁ ଏଭଳି ବାଜୁଛି ଯେ ଟିଭି ଖୋଲିବାକୁ ଇଚ୍ଛା ହେଉନାହିଁ । ଗଣମାଧ୍ୟମର ଏଭଳି ବ୍ୟବହାର ବିରକ୍ତିକରଣ ବୋଲି କହୁଛନ୍ତି ସାଧାରଣ ଜନତା ।
ବୁଦ୍ଧିଜୀବୀମାନେ କହିବା କଥା ଭରତପୁର ଥାନାର ଏଭଳି ମାମଲା କଣ ଓଡ଼ିଶା ପାଇଁ ଏତେ ଗୁରୁତ୍ବପୂର୍ଣ୍ଣ । ଏଭଳି ଘଟଣା ଓଡ଼ିଶାର କୋଣ ଅନୁକୋଣରେ ପ୍ରତିଦିନ ଘଟୁଛି । ତେବେ ଏହାକୁ ଏତେ ରଙ୍ଗ କଣପାଇଁ ଦିଆଯାଉଛି । ଏହାକୁ ଓଡ଼ିଶାର ଏକ ବଡ଼ ଖବର ଭାବେ ଯେମିତି ଚିତ୍ରଣ କରାଯାଉଛି ତାହାକୁ ବୁଦ୍ଧିଜୀବୀମାନେ ନାପସନ୍ଦ କରୁଛନ୍ତି । ବିବାଦୀୟ ପ୍ରେମିକ ଟୁଙ୍ଗୁରୁ ଭୋଳକୁ ନେଇ ଦିନକୁ ଦିନ ମନଗଢ଼ା କାହାଣୀ , ଗୀତ ସୃଷ୍ଟି କରି ତାକୁ ଭାଇରାଲ କରାଯାଉଛି । ଏହି 7 ଦିନ ଭିତରେ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ରଥଯାତ୍ରା ପୂର୍ବରୁ ଯେତିକି ଭଜନ ବାହାରି ନାହିଁ ତା ନାଁରେ ଡଜନେ ଗୀତ ପ୍ରସ୍ତୁତ ହୋଇ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ପୁଣି ରାସ୍ତାଘାଟରେ ଲୋକମାନେ ଟୁଙ୍ଗୁର ଓ ତାଙ୍କ ଅଟୋ ସହ ସେଲ୍ଫି ନେଉଥିବା କଥା ଦେଖି ବୁଦ୍ଧିଜୀବୀମାନେ ପ୍ରଶ୍ନ କରୁଛନ୍ତି ଏହାଠାରୁ ଲଜ୍ଜାଜନକ ଘଟଣା ଓଡ଼ିଶା ପାଇଁ କଣ ହୋଇପାରେ ।
ଏହା ମଧ୍ୟ ଚର୍ଚା ହେଉଛି ଯେ ଗୋଟେ ଭଲ ଖବର ଦେଖାଇବାକୁ ଗଣମାଧ୍ୟମଗୁଡ଼ିକର ଆଜିକାଲି ଇଚ୍ଛା ନାହିଁ । ଏପରିକି ଗବେଷଣାତ୍ମକ ଖବର ବି ନାହିଁ । ଚାଷୀ ସମସ୍ୟା, ସ୍ବାସ୍ଥ୍ୟ ସମସ୍ୟା, ନିଯୁକ୍ତି ସମସ୍ୟା, ଶିକ୍ଷଣୀୟ କାର୍ଯ୍ୟକ୍ରମ ଓଡ଼ିଶାର ଲୋକଙ୍କୁ ଦେଖାଇବା କିମ୍ବା ଲୋକଙ୍କ ସହ କାର୍ଯ୍ୟକ୍ରମ ଜୋଡିବା କାର୍ଯ୍ୟ କରିପାରୁନାହିଁ ଓଡ଼ିଶା ଗଣମାଧ୍ୟମ । କେବଳ ଇଣ୍ଟରଟେନମେଣ୍ଟ କରିବା ଉପରେ ଫୋକସ ଦେଉଛି ଓଡ଼ିଶାର ଗଣମାଧ୍ୟମ । ବରଷା ରାଣୀ; ଜଣେ ଟୁଙ୍ଗୁରୁ ଭୋଳ, ଟୁଙ୍ଗୁରୁ ଭୋଳ ଖେଳ କଲା, ଦିସ୍ ଇଜ୍ ଟୁଙ୍ଗୁରୁ ଭୋଳ, ଟୁଙ୍ଗୁରୁ ଧୋକା ଦେଲା, ଟୁଙ୍ଗୁରୁ ପ୍ରେମ ଖଟା, ଭଳି ପ୍ରାୟ ଡଜନେରୁ ଅଧିକ ଗୀତ ଏବେ ଟିଭିରେ ସୋସିଆଲ ଗଣମାଧ୍ୟମରେ ପ୍ରତିଦିନ ବାଜୁଛି । ଏହା ବ୍ୟତୀତ ଫେସବୁକ, ହ୍ବାଟ୍ସଆପ୍, ଇନଷ୍ଟଗ୍ରାମ ଭଳି ସାମାଜିକ ଗଣମାଧ୍ୟମରେ ଟୁଙ୍ଗୁରୁ ଗୀତରେ ରିଲ୍ସ ତିଆରି କରି ଯୁବ ପିଢ଼ି ଭିଡିଓ କରି ମନୋରଂଜନ କରୁଛନ୍ତି। ଏହାକୁ ନେଇ ଟିଭିରେ ପ୍ରଚାର ପ୍ରସାର କରାଯାଉଛି , ବିତର୍କ ହେଉଛି , ଇଣ୍ଟରଭ୍ୟୁ ହେଉଛି । ଏହା ଛାତ୍ରସମାଜକୁ , ଯୁବ ସମାଜକୁ କି ପ୍ରେରଣା ଦେଉଛି ତାହା ବୁଦ୍ଧିଜୀବୀମାନେ ପ୍ରଶ୍ନ କରୁଛନ୍ତି ।
BREAKING NEWS
- IAF Help: ନନ୍ଦା ଦେବୀ ଜାତୀୟ ଉଦ୍ୟାନରେ ଅଗ୍ନିକାଣ୍ଡ;ନିଆଁ ଲିଭାଇବ ଭାରତୀୟ ବାୟୁସେନା
- BBSR Airport: ୨୦୨୫ରେ ଭୁବନେଶ୍ବର ବିମାନବନ୍ଦରରୁ ସର୍ବାଧିକ ଯାତ୍ରୀ ଯାତାୟାତ କରିଛନ୍ତି
- ସୁପ୍ରିମକୋର୍ଟରେ ପଶ୍ଚିମବଙ୍ଗ ଡିଜିପିଙ୍କ ନିଲମ୍ବନ ଦାବି କଲା ଇଡି
- Shilpa Shetty: ଜଗନ୍ନାଥଙ୍କୁ ଦର୍ଶନ କଲେ ଶିଳ୍ପା, ଆଉ କହିଲେ..
- Khamenei Trying Escape Dubai: ପରିବାର ସହ ଦୁବାଇ ପଳେଇବା ପାଇଁ ପ୍ଲାନ୍ କଲେଣି ଖାମେନେଇ?, ଇରାନରୁ ସ୍ଥାନାନ୍ତରିତ ହେଲା ୧୩୫୩ କୋଟି ଟଙ୍କା…
- ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ; ଆନନ୍ଦ ବଜାରରେ ମୋବାଇଲ ଧରି ଗପିଲେ ବ୍ୟକ୍ତି
- Nisha Maharana: ଗିରଫ ହେବେ ନିଶା ମହାରଣା, ଖୋଜୁଛି ପୋଲିସ
- ୧୩ ବର୍ଷିୟ ନାବାଳିକାକୁ ଦୁଷ୍କର୍ମ କରି ୫୫ ବର୍ଷିୟ ବୃଦ୍ଧ ଗିରଫ
- ଆସୁଛି ଦାଦା ସାହେବ ଫାଲକେଙ୍କ ବାଓପିକ୍; ନଜର ଆସିବେ ଆମିର…
- The Bluff trailer: ରକ୍ତାକ୍ତ ଆକ୍ସନ୍ ଅବତାରରେ ପ୍ରିୟଙ୍କା ଚୋପ୍ରା, ଚହଳ ସୃଷ୍ଟି କରିଛି ‘ଦି ବ୍ଲଫ୍’ ଟ୍ରେଲରରେ ତାଙ୍କ କିଲର ଲୁକ୍…
Comments are closed.