Latest Odisha News

ରାଉଣ୍ଡ ଅପ୍ ୨୦୨୨ : କେତେ ସଫଳ ବଲିଉଡ୍ ଓ ଓଲିଉଡ୍

ବ୍ୟୁରୋ: ଇଣ୍ଡିଆନ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ୍ କରୁଛି ବଲିଉଡ୍ । କିନ୍ତୁ ୨୦୨୨ ବଲିଉଡ୍ ପାଇଁ ଥିଲା ନୈରାଶ୍ୟଜନକ । କୋଭିଡ ପରସ୍ଥିତି ପାଇଁ ଚଞ୍ଚଳ ହୋଇପାରିନି ବଲିଉଡ୍ । ଚଳିତବର୍ଷ ଜାନୁଆରୀରୁ ଅକ୍ଟୋବର ମଧ୍ୟରେ ମାତ୍ର ୩୩ ପ୍ରତିଶତ ବା ୯ହଜାର ୨୪ କୋଟିର ବକ୍ସ ଅଫିସ କଲେକ୍ସନ କରିଛି ବଲିଉଡ୍ ।

ତଥାପି ଶ୍ରେଷ୍ଠତା ପ୍ରତିପାଦନ କରିପାରିଛନ୍ତି କେତେକ ବଛା ବଛା ଫିଲ୍ମ । ବ୍ରହ୍ମାସ୍ତ୍ର ପାର୍ଟ ଓ୍ୱାନ୍. ଶିବା ୪୩୧ କୋଟି ଟଙ୍କାର ବିଜନେସ୍ କରିଛି । ଦ କାଶ୍ମୀର ଫାଇଲ୍ସ ୩୪୦ କୋଟି ଟଙ୍କା, ଭୁଲ ଭୁଲେୟା-ଟୁ ୨୬୬ କୋଟି, ଦୃଶ୍ୟମ-ଟୁ ୨୬୫ କୋଟି, ଗଙ୍ଗୁବାଇ କାଠିଆଓ୍ୱାଡି ୨୦୯ କୋଟି, ଯୁଗଯୁ ଗ ଜିୟୋ ୧୩୬.୧୩ କୋଟି, ଲାଲ ସିଂହ ଚଢା ୧୨୯.୬୪ କୋଟି, ରାମ ସେତୁ ୯୨.୯୪ କୋଟିର ବିଜନେସ କରି ବକ୍ସ ଅଫିସ କଲେକ୍ସନ ବଢାଇଥିଲେ । ହିନ୍ଦୀ ଡବିଂ ମଧ୍ୟରେ ପୁଷ୍ପା, RRR ଦର୍ଶକଙ୍କୁ ବିମୋହିତ କରିଥିବା ବେଳେ ଓ୍ୱାର୍ଲ୍ଡଓ୍ୱାଇଡ୍ ଚହଳ ପକାଇଥିବା ଅବତାର: ଦ ଓ୍ୱେ ଅଫ୍ ଓ୍ୱାଟର ସହଜରେ ୨୦୦କୋଟି କ୍ଲବକୁ ଏଣ୍ଟ୍ରି କରିଛି ଓ ଆସନ୍ତା ସପ୍ତାହରେ ୩୦୦ କୋଟି କ୍ଲବକୁ ଯିବାର ଆଶା ରହିଛି । ସେହିପରି ପଠାନ ଫିଲ୍ମ କୁ ନେଇ ବଲିଉଡ୍ ପ୍ରେମୀ ଏବେ ରୋମାଞ୍ଚରେ ରହିଛନ୍ତି ।

ବର୍ଷ ଆରମ୍ଭରୁ ଦର୍ଶକଙ୍କୁ ନିରାଶ କରିଥିଲା ଓଲିଉଡ୍ । ହେଲେ ଶେଷରେ କିଛିଟା ଆଶ୍ୱସ୍ତି ଦେଇଥିଲା ଓଡ଼ିଆ ଫିଲ୍ମ ଦମନ ଓ ପ୍ରତୀକ୍ଷା । ସତ ଘଟଣା ଉପରେ ଆଧାରିତ ଓଡିଆ ଫିଲ୍ମ ଦମନ ସମାଜ ତଥା ଡାକ୍ତରମାନଙ୍କ ପାଇଁ ଦେଇଥିଲା ନୂଆ ବାର୍ତ୍ତା । ଅନ୍ଧବିଶ୍ୱାସ ଦୂର କରିବାରେ ଜଣେ ଡାକ୍ତରଙ୍କ ସଂଘର୍ଷର କାହାଣୀ ଦମନକୁ ଲୋକେ ଖୁବ ପ୍ରଶଂସା କରିଛନ୍ତି । ସେହିପରି ଜୀବନ ଓ ପରିବାରର ମୌଳିକତା ବହନ କରୁଥିବା କାହାଣୀ ପ୍ରତୀକ୍ଷା ଦେଖିବା ପାଇଁ ବି ସିନେମା ହଲ୍ ହାଉସଫୁଲ୍ ରହିଥିଲା ।

ହିନ୍ଦି ସିନେମା ପାଇଁ ହଲ୍ ସ୍ଥାନ ନେଇଯାଇଛି ଓଟିଟି । ଦର୍ଶକ ଓଟିଟିକୁ ବାଛୁଥିବାରୁ ହଲ୍ ରେ ଫିଲ୍ମ ଦେଖିବା କମିଛି । ଫଳରେ ଗତ ଦୁଇ ବର୍ଷ ତୁଳନାରେ ୨୦୨୨ରେ ବକ୍ସ ଅଫିସ୍ କଲେକ୍ସନ ଖସିଛି । ସେହିପରି ଓଡିଆ ଫିଲ୍ମ ବି ଏବେ ଓଟିଟିମୁହାଁ ହେଉଛନ୍ତି । ଦକ୍ଷିଣୀ ଫିଲ୍ମର ଦବ୍ ଦବାରେ ପ୍ରଭାବିତ ହେଉଥିଲେ ବି ବକ୍ସ ଅଫିସକୁ ଖୁବ୍ ଭଲ ଫିଲ୍ମ ଦେଇଛନ୍ତି ଉଭୟ ବଲିଉଡ୍ ଓ ଓଲିଉଡ୍ ।

Leave A Reply

Your email address will not be published.