Latest Odisha News

ଶିଳ୍ପୀଙ୍କ ନିଆରା ପ୍ରୟାସ, ବୋତଲରେ ଦେବୀ ଦୁର୍ଗାଙ୍କ କ୍ଷୁଦ୍ର ପ୍ରତିମା

ଭୁବନେଶ୍ୱର: ବୋତଲରେ ଦେବୀ ଦୁର୍ଗାଙ୍କ କ୍ଷୁଦ୍ର ପ୍ରତିମା। ଏହିପରି ନିଆରା କଳାକୃତି କରିଛନ୍ତି ଜଣେ ଓଡ଼ିଆ କଳାକାର ଏଲ୍ ଇଶ୍ୱର ରାଓ। ଖୋର୍ଦ୍ଧା ଜଟଣୀ ଗ୍ରାମରେ ତାଙ୍କର ଘର। ଏବେ ଏହି କଳାକୃତି ନେଇ ଚର୍ଚ୍ଚାର ବିଷୟ ପାଲଟିଛି। କୋଭିଡ଼-୧୯ ପାଇଁ ମା’ଙ୍କ ପ୍ରତିମା ତିଆରି ଆର୍ଶୀବାଦ ଲୋଡ଼ିବା ସହ ସମସ୍ତଙ୍କୁ ଦଶହରାର ଶୁଭେଚ୍ଛା ଜଣାଇଥିଲେ।

୭୫୦ ମି.ଲି ବୋତଲ ଭିତରେ ଇକୋ ଫ୍ରେଣ୍ଡଲି ଦେବୀ ଦୁର୍ଗା ମାଆଙ୍କ ଅବିକଳ ପ୍ରତିମା ତିଆରି କରିଛନ୍ତି। ସେ କହିଛନ୍ତି, ଓଡ଼ିଶା ସରକାର କୋଭିଡ଼୍-୧୯ର ଭୟାବହତାକୁ ଦୃଷ୍ଟିରେ ରଖି ଦୁର୍ଗା ପୂଜା ପେଣ୍ଡାଲମାନଙ୍କରେ ଦର୍ଶନ ବାରଣ କରିଥିଲେ। କଳାକାରଭାବେ ଏହିପରି ପ୍ରତିମା ତିଆରି କରିଥିଲେ। ମୂର୍ତ୍ତିଟି ଛୋଟ ମାଟି ଖଣ୍ଡରେ ତିଆରି ହୋଇ ବୋତଲ ଭିତରେ ଥିବା ଗ୍ଲାସ ପ୍ଲେଟରେ ଫ୍ରେମ୍ ହୋଇଛି। ପ୍ରତିମାକୁ ରଙ୍ଗ ଦେଇ ସଜେଇବା ପାଇଁ ସାଜସଜ୍ଜା ସାମଗ୍ରୀ ବ୍ୟବହାର କରିଛି। ତାଙ୍କୁ ଏଥିପାଇଁ ତାଙ୍କୁ ୭ଦିନ ସମୟ ଲାଗିଥିଲା।

Comments are closed.