Latest Odisha News

ଗୋର୍ଖା ଅବତାରେ ଆସୁଛନ୍ତି ବଲିଉଡ୍ ଷ୍ଟାର ଅକ୍ଷୟ କୁମାର

ମୁମ୍ବାଇ: ନନଷ୍ଟପ୍ ଫିଲ୍ମ କରିବାରେ ବେଶ ମାହିର ବଲିଉଡ ଖିଲାଡୀ ଅକ୍ଷୟ କୁମାର । ଏ କଥା ସେ ଥରେ କି ଦୁଇଥର ନୁହେଁ ବରଂ ବାରମ୍ବାର ପ୍ରମାଣିତ କରିଆସିଛନ୍ତି । ନିକଟରେ ଫିଲ୍ମ ବେଲ୍ ବେଟମ ରିଲିଜ୍ ହୋଇଥିଲାବେଳେ ଆଗାମୀ ଦିନରେ ଅକ୍ଷୟଙ୍କୁ ଜଣେ ଗୋର୍ଖା ମେଜର୍ ଜେନେରାଲ୍ ଭୂମିକାରେ ଦେଖିବାକୁ ମିଳିବ ।

ଆନନ୍ଦ୍ ଏଲ୍. ରୟ ଓ ଅକ୍ଷୟ ମିଳିତ ଭାବେ ଏକ ବାୟୋପିକ ନିର୍ମାଣ କରିବାକୁ ଯାଉଛନ୍ତି । ଫିଲ୍ମଟି ଭାରତୀୟ ସେନାର ଗୋର୍ଖା ରେଜିମେଣ୍ଟର ଜଣେ ସାହାସୀ ମେଜେର ଜେନେରାଲ୍ ଇଆନ୍ କାର୍ଡୋଜୋଙ୍କ ଜୀବନୀ ଉପରେ ଆଧାରିତ । ନ୍ୟାସନାଲ ଆୱାର୍ଡ ୱିନର୍ ସଂଜୟ ପୁରନ୍ ସିଂ ଚୌହାନ ଫିଲ୍ମର ନିର୍ଦ୍ଦେଶନା ଦେବେ । ବାୟୋପିକରେ ୧୯୬୨, ୧୯୬୫ ଓ ୧୯୭୧ ମସିହାର ଇଣ୍ଡୋ-ପାକିସ୍ତାନ ଯୁଦ୍ଧକୁ ଦର୍ଶାଯିବ । ଏଥିରେ ଖୋଦ ଅକ୍ଷୟ ମେଜେର ଜେନେରାଲଙ୍କ ଭୂମିକାରେ ନଜର ଆସିବେ । ନିକଟରେ ଏହି ଫିଲ୍ମର ଫାଷ୍ଟଲୁକ୍ ଜାରି ହୋଇଛି ।

Leave A Reply

Your email address will not be published.