ଭୁବନେଶ୍ୱର: ଜାଡ଼ ଥରାଇଲାଣି । ରାତିରେ ଖସୁଛି ପାରଦ । ରାଜ୍ୟରେ ଶୀତ ବଢୁଛି । ୧୩ଟି ଜିଲ୍ଲାରେ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍ ତଳକୁ ଖସିଛି । ଦାରିଙ୍ଗିବାଡ଼ିରେ ହାଡଭଙ୍ଗା ଶୀତ । ୯ ଡିଗ୍ରୀ ତଳକୁ ଖସିଛି ତାପମାତ୍ରା । ସେଠାରେ ୮.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ୯.୪ ଡିଗ୍ରୀ ସହ ଦ୍ୱିତୀୟ ସର୍ବାଧିକ ଶୀତଳ ସହର ହୋଇଛି ସୋନପୁର ।
#୧୫ଡ଼ିଗ୍ରୀ ତଳେ #୧୩ସହର, #ଦାରିଙ୍ଗବାଡି ରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୮.୫ ଡିଗ୍ରୀ ରେକର୍ଡ#ସୋନପୁର ୯.୪ ,#ଫୁଲବାଣୀ ୧୦.୫,#ଅନୁଗୁଳ ୧୧.୦,#ବାରିପଦା ୧୨.୦,#କେନ୍ଦୁଝର ୧୨.୦, #ଝାରସୁଗୁଡା ୧୨.୨,#ଭବାନୀପାଟଣା ୧୨.୨ ,#ତାଳଚେର ୧୨.୩ ,#କୋରାପୁଟ ୧୨.୬, #ବୌଦ୍ଧ ୧୪.୦,#କଟକ ୧୪.୦, ଏବଂ #ବଲାଙ୍ଗୀର ୧୪.୮ #ଭୁବନେଶ୍ୱର ୧୬.୦ pic.twitter.com/9ZJ36sHVgm
— Meteorological Centre, Bhubaneswar (@mcbbsr) November 25, 2020
ଫୁଲବାଣୀ ୧୦.୫, ଅନୁଗୁଳରେ ୧୧, ବାରିପଦା ଓ କେନ୍ଦୁଝରରେ ୧୨ ଏବଂ ଝାରସୁଗୁଡ଼ାରେ ରେକର୍ଡ ହୋଇଛି ୧୨.୨ ଡିଗ୍ରୀ ସେଲସିୟସ୍ ତାପମାତ୍ରା । ସେହିପରି ଭବାନୀପାଟଣା ୧୨.୨, ତାଳଚେର ୧୨.୩, କୋରାପୁଟ ୧୨.୬ ଏବଂ ବୌଦ୍ଧ ଓ କଟକରେ ରାତିର ତାତି ଥିଲା ୧୪ ଡିଗ୍ରୀ ସେଲସିୟସ୍ ।
ବଲାଙ୍ଗିରରେ ରେକର୍ଡ କରାଯାଇଛି ୧୪.୮ ଓ ଭୁବନେଶ୍ୱରରେ ୧୬ ଡିଗ୍ରୀ ତାପମାତ୍ରା ରହିଛି । ଆଗକୁ ତାପମାତ୍ରା ଆହୁରି ହ୍ରାସ ପାଇବା ସମ୍ଭାବନା ରହିଛି ।
Comments are closed.