Latest Odisha News

BREAKING NEWS

କଂଗ୍ରେସକୁ ଝଟକା, ଡେଲାଙ୍ଗ ୧୫ ନମ୍ବର ଜୋନ୍ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ବିଜେଡିରେ ମିଶିଲେ

ପିପିଲି : ପଞ୍ଚାୟତ ନିର୍ବାଚନ ଚାଲିଥିବା ସମୟରେ କଂଗ୍ରେସକୁ ବଡ ଝଟକା । ପିପିଲି ନିର୍ବାଚନ ମଣ୍ଡଳୀ ଅଧିନ ଡେଲାଙ୍ଗ ବ୍ଲକ ୧୫ ନମ୍ବର ଜୋନ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ସୁକାନ୍ତି ସାହୁ ବିଜେଡିରେ ସାମିଲ ହୋଇଛନ୍ତି । କଂଗ୍ରେସ ତାଙ୍କୁ ଅସମ୍ମାନ କରିଥିବାରୁ ସେ ବିଜେଡିରେ ଯୋଗଦାନ କରିଛନ୍ତି ବୋଲି କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କୁ ପସନ୍ଦ କରୁଥିବାରୁ ସେ ବିଜେଡିରେ ମିଶିଛନ୍ତି ।ଚଳିତ ପଞ୍ଚାୟତ ନିର୍ବାଚନରେ ସେ ସେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ।ଲୋକଙ୍କୁ ଭୁଲ ମାଗିବା ସହ ବିଜେଡି ପାଇଁ ପ୍ରଚାର କରୁଛନ୍ତି ସୁକାନ୍ତି । ସେହିପରି ଅନେକ ବିଜେପି କର୍ମୀମାନେ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ଆଗାମୀ ଦିନରେ ଶଙ୍ଖ ଘରେ ଘରେ ପହଁଞ୍ଚିବ ବୋଲି ସାମିଲ ହୋଇଥିବା କର୍ମୀମାନେ କହିଛନ୍ତି।

Comments are closed, but trackbacks and pingbacks are open.