Latest Odisha News

BREAKING NEWS

ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ଯୁବ ନେତାଙ୍କୁ ଗୁରୁତ୍ୱ ମିଳିପାରେ

ଭୁବନେଶ୍ୱର: ରାଜ୍ୟ ମନ୍ତ୍ରୀ ମଣ୍ଡଳରୁ ସବୁ ମନ୍ତ୍ରୀ ଇସ୍ତଫା ଦେବା ପରେ ନୂଆ ମନ୍ତ୍ରୀଙ୍କ ନାଁ ଜାଣିବା ପାଇଁ ସମସ୍ତେ ଆଗ୍ରହୀ । ତେବେ କେବଳ ମୁଖ୍ୟମନ୍ତ୍ରୀଙ୍କୁ ବାଦ୍ ଦେଇ ସବୁ ମନ୍ତ୍ରୀ ଇସ୍ତଫା ଦେଇଥିବାରୁ କିଛି ପୁରୁଣା ମନ୍ତ୍ରୀ ନୂଆ ବିଭାଗ ନେଇ ମଧ୍ୟ ଫେରିପାରନ୍ତି । ଆଉ କିଛି ଅନାଲୋଚ୍ୟ ନାଁ ମଧ୍ୟ ସବୁବେଳ ପରି ଚକମା ଦେଇପାରେ ।

ତେବେ ଅନେକ ନେତାଙ୍କୁ ଭୁବନେଶ୍ୱର ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଭଳି କିଛି ନେତାଙ୍କ ଖବର ପାଇ ଏକ ସମ୍ଭାବ୍ୟ ତାଲିକା ବଜାରରେ ବୁଲୁଛି । ଯାହା ସତ ମଧ୍ୟ ହୋଇପାରେ ।

ମନ୍ତ୍ରୀମଣ୍ଡଳରେ ଥିବା ସମସ୍ତ ୨୦ ଜଣ ମନ୍ତ୍ରୀ ଇସ୍ତଫା ପ୍ରଦାନ କରିଛନ୍ତି । ଏଥିସହିତ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ତାଙ୍କ ସ୍ଥାନରେ ଜଣେ ବରିଷ୍ଠ ମହିଳା ବିଧାୟିକା ବାଚସ୍ପତ୍ତି ହେବା ନେଇ ସୂଚନା ମିଳୁଛି ।

ଆଜି ଇସ୍ତଫା ଦେଇଥିବା ମନ୍ତ୍ରୀମାନେ ହେଉଛନ୍ତି କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଇସ୍ତଫା ଦେଇଛନ୍ତି , ଖଣି, ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ଇସ୍ତଫା ଦେଇଛନ୍ତି ।

ଖାଦ୍ୟ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ, ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଶକ୍ତି ଓ ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଏସସି, ଏସଟି ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ଓଡ଼ିଆ ଭାଷା ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବୟନ ଓ ହସ୍ତତନ୍ତ ମନ୍ତ୍ରୀ ପଦ୍ମିନୀ ଦିଆନ, ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା।

ଚଳିତ ଥର କିଛି ନୂଆ ଯୁବ ନେତାଙ୍କୁ ନବୀନ ମନ୍ତ୍ରୀ ମଣ୍ଡଳରେ ସାମିଲ କରିବେ ବୋଲି ଆଲୋଚନା ହେଉଛି । ସେ ଭିତରେ ନୂଆ କରି ଜିତିଥିବା ନେତା ମଧ୍ୟ ଅଛନ୍ତି ।

ପିପିଲି ବିଧାୟକ ରୁଦ୍ର ମହାରଥୀ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ମହାକାଳପଡ଼ାର ଅତନୁ ସବ୍ୟସାଚୀ ନାୟକ, ଆଳି ବିଧାୟକ ପ୍ରତାପ ଦେବ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ମୟୁରଭଞ୍ଜର ବାସନ୍ତୀ ହେମ୍ବ୍ରମ, ବରଗଡ଼ର ଦେବେଶ ଆଚାର୍ଯ୍ୟ, ବଡ଼ମ୍ବା ବିଧାୟକ ଦେବୀ ମିଶ୍ର, ଜଳେଶ୍ୱର ବିଧାୟକ ଅଶ୍ୱିନି କୁମାର ପାତ୍ର, ଜଗତସିଂହପୁରର ପ୍ରଶାନ୍ତ ମୁଦୁଲି, ରୋହିତ ପୂଜାରୀ, ଲତିକା ପ୍ରଧାନ ପ୍ରମୁଖ ମନ୍ତ୍ରୀ ହୋଇପାରନ୍ତି ।

Leave A Reply

Your email address will not be published.