Latest Odisha News

BREAKING NEWS

କିସରେ ସମ୍ବର୍ଦ୍ଧିତ ହେଲେ ଭାରତୀୟ ମହିଳା ଭଲିବଲ ଟିମ

ଭୁବନେଶ୍ୱର: କିସରେ ଭାରତୀୟ ଭଲିବଲ ମହିଳା ଟିମକୁ ସମ୍ବର୍ଦ୍ଧିତ କରାଯାଇଛି । ଭାରତୀୟ ଭଲିବଲ ସଂଘର ସଭାପତି ତଥା କନ୍ଧମାଳ ଏମପି ଏବଂ କିଟ ଓ କିସ ପ୍ରତିଷ୍ଠାତା ଅତ୍ୟୁତ ସାମନ୍ତ ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଭଲିବଲ କିଟ ପ୍ରଦାନ କରିଥିଲେ । ଥାଇଲାଣ୍ଡରେ ଜୁନ ୬ରୁ ୧୩ ପର୍ଯ୍ୟନ୍ତ ୧୮ ବର୍ଷରୁ କମ୍ ଏସିଆ ମହିଳା ଚାମ୍ପିୟନଶିପରେ ଭାରତୀୟ ଦଳ ଅଂଶଗ୍ରହଣ କରିବେ । ପୂର୍ବରୁ କିଟ ଗ୍ରାଉଣ୍ଡରେ ଖେଳାଳିମାନେ ଅଭ୍ୟାସ କରିଥିଲେ । ଶନିବାର ଭାରତୀୟ ଦଳ ଥାଇଲାଣ୍ଡ ଅଭିମୁଖେ ଯାତ୍ରା କରିଛି । ଓଡିଶା ଭଲିବଲ ଆସୋସିଏଶନକୁ ଏଥର ଦଳ ଚୟନ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଘୋଷଣା କରାଯାଇଥିବା ୧୨ ଜଣିଆ ଦଳରେ ଓଡିଶାର ଲସ୍ୟମୟୀଙ୍କୁ ସୁଯୋଗ ମିଳିଛି । ସେହିପରି ଓଡିଶାରୁ କୋଚ ଭାବେ ଲୋତକବିନ୍ଦୁ ଦାଶ ଓ ଫିଜିଓ ଭାବେ ଅମ୍ରିନ ହୟାତଙ୍କୁ ସୁଯୋଗ ମିଳିଛି । ଭାରତୀୟ ଦଳରେ ଓଡିଶାର ୩ଜଣ ସୁଯୋଗ ପାଇବା ନେଇ ଓଡିଶା ଭଲିବଲ ଆସୋସିଏଶନର ସାଧାରଣ ସମ୍ପାଦକ ଗଗନେନ୍ଦୁ ଦାଶ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଭାରତୀୟ ମହିଳା ଭଲିବଲ ଟିମ: କବିତା(ଅଧିନାୟିକା), ଭିରକ୍ଷା ଖେନୱାର, ବେଦିକା ସିନ୍ଧେ, ରାଜନନ୍ଦିନୀ ମିତ୍ର, ଲିସା ଘୋଷ, ବିଦିଶା ବଳ, ତନୁ ରଥୀ, ବିଷ୍ଣୁଶ୍ରୀ ଅରାସୁ, ସ୍ୱାଥୀକା ଜିଏ, ଭି.ଅଞ୍ଜନା, କୁମାରୀ କେ ଶାନ୍ଥା ଓ ଲସ୍ୟମୟୀ ।
ଅଫିସିଆଲ: ବିରାଳ ସାହା, ଲୋତକବିନ୍ଦୁ ଦାସ, ବିଶ୍ୱଜିତ ଘୋଷ ଓ ସଞ୍ଜୟ କୁମାର ।

Leave A Reply

Your email address will not be published.