Latest Odisha News

ମନ୍ତ୍ରୀଙ୍କ ଜୋତା ଉଠାଇଲେ ଅଜଣା ବ୍ୟକ୍ତି; ତା’ ପରେ କ’ଣ ହେଲା, ଜାଣନ୍ତୁ

କେନ୍ଦୁଝର: ସାଧାରଣତନ୍ତ୍ର ଦିବସ ଅବସରରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଜୋତାକୁ ଅନ୍ୟଜଣେ ବ୍ୟକ୍ତି ଉଠାଉଥିବା ନେଇ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ରାଜ୍ୟସ୍ତରୀୟ ସାଧାରରତନ୍ତ୍ର ଦିବସ ଅବସରରେ କେନ୍ଦୁଝରରେ ହେଉଥିବା ପତାକା ଉତ୍ତୋଳନ ସମାରୋହରେ ଏଭଳି ଘଟଣା ଘଟିଛି । ଉକ୍ତ ଭିଡିଓରେ ଜଣେ ଅଜଣା ବ୍ୟକ୍ତି ମନ୍ତ୍ରୀଙ୍କ ଜୋତାକୁ ହାତରେ ଧରିଥିବା ନଜର ଆସୁଛି ।

ପ୍ରାପ୍ତ ସୂଚନାନୁଯାୟୀ, ଶ୍ରୀ ବେହେରା ଜାତୀୟ ପତାକାକୁ ଉତ୍ତୋଳନ କରିବା ସମୟରେ ଜୋତାକୁ ବାହାରେ ଖୋଲି ଦେଇଥିଲେ । ପରେ ତାଙ୍କ ଜୋତାକୁ ଅନ୍ୟଜଣେ ବ୍ୟକ୍ତି ହାତରେ ଉଠାଉଥିବା ଦେଖିବାକୁ ମିଳିଥିଲା ।

ତେବେ ଏହାକୁ ଖଣ୍ଡନ କରିବା ସହ ମନ୍ତ୍ରୀ କହିଛନ୍ତି, “ ମୋ ଜୋତା କେହି ଉଠାଇନାହାଁନ୍ତି । ଜାତୀୟ ପତାକା ଉତ୍ତୋଳନ ପୂର୍ବରୁ ମୁଁ ଜୋତା ଓହ୍ଲାଇଥିଲି । କାହିଁକି ନା ଚପଲ ପିନ୍ଧି ଜାତୀୟ ପତାକା ଉତ୍ତୋଳନ କରିବା ଉଚିତ୍ ନୁହେଁ ।”

Leave A Reply

Your email address will not be published.