Latest Odisha News

ଗଞ୍ଜାମର ବିଜେଡି ନେତାଙ୍କୁ ଦଳରୁ ବାହାର କଲେ ନବୀନ

ଭୁବନେଶ୍ୱର: ଦଳ ବିରୋଧୀ କାର୍ଯ୍ୟ ପାଇଁ ସାନଖେମୁଣ୍ଡି ବ୍ଲକ ବିଜେଡି ସଭାପତିଙ୍କୁ ଦଳରୁ ବିଦା କରିଛନ୍ତି ନବୀନ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ସଭାପତି ନୀଳମାଧବ ରାଉତଙ୍କୁ ଦଳରୁ ବାହାର କରି ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିଜ ଜିଲ୍ଲାରେ ଦିନକୁ ଦିନ ନେତା ଦଳ ବିରୋଧୀ କାର୍ଯ୍ୟ କରୁଥିବା ଜଣାପଡ଼ୁଛି । ଜିଲ୍ଲାର ୧୩ ବିଧାନସଭା ଆସନ ମଧ୍ୟରୁ ୬ଟି ଆସନରେ ଦଳ ସଂଘର୍ଷ କରୁଛି ।

ଖରାପ ସ୍ୱାସ୍ଥ୍ୟ ସହ ୭ ଥରର ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ନିଜ ଅଞ୍ଚଳକୁ ଯାଇ ପାରୁ ନାହାନ୍ତି । ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଲକ୍ଷ୍ମୀ ପାଢ଼ୀଙ୍କ ସହ ସ୍ଥାନୀୟ ବିଧାୟକ ସୁବାଷ ବେହେରାଙ୍କ ପଡ଼ୁ ନାହିଁ । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବେ ଦଳରୁ ବାହାରେ ।

ଜୁନ୍ ୧ରେ ଦଳ ପୁଣି ଥରେ ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଦାୟିତ୍ୱ ଦେଇଥିଲା । ଏଥସହ ଦଳ ନିକଟରେ ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥମନ୍ତ୍ରୀ କରାଇ ଗଞ୍ଜାମରେ ପୁଣି ଗଡ଼ ସୁଦୃଢ଼ କରିବାକୁ ଅଣ୍ଟା ଭିଡ଼ିଛି ।

Leave A Reply

Your email address will not be published.