Latest Odisha News

BREAKING NEWS

ବଣ ଭୋଜିକୁ ଯାଇ ମହାନଦୀରେ ଭାସି ଗଲେ ଛାତ୍ରୀ

ସୋନପୁର: ହସଖୁସିରେ ସାଙ୍ଗସାଥୀଙ୍କ ସହ ସେ ବଣଭୋଜି ପାଇଁ ବାହାରିଥିଲେ । ଭୋଜି ରନ୍ଧା ଆରମ୍ଭ ସହ ବେଶ୍ ମଜାମସ୍ତି କରିଥିଲେ । ହେଲେ କିଏ ଜାଣିଥିଲା ଆଜି ସାଙ୍ଗସାଥୀଙ୍କ ମେଳରେ ମସ୍ତି ଆଉ ଜୀବନରେ କେବେ ଆସିବନି । କି ଆଉ ସାଙ୍ଗସାଥୀ ତା ସହ ମିଳାମିଶା କରି ପାରିବେନି ।

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ଆଜି ବଣଭୋଜି କରିବାକୁ ମହାନଦୀ ପଠାକୁ ଯାଇଥିଲେ । ସେହି ସମୟରେ ଜଣେ ଛାତ୍ରୀ ମହାନଦୀରେ ଭାସି ଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ମୃତ ଛାତ୍ରୀ ଜଣଙ୍କ ଶ୍ରିଜିତା ଶୁଭଲକ୍ଷ୍ମୀ ମିଶ୍ର ବୋଲି ଜଣା ପଡ଼ିଛି । ସେ ଅଷ୍ଟମ ଶ୍ରେଣୀରେ ଛାତ୍ରୀ ଥିଲେ । ଡାକ୍ତର ମୃତ ଘୋଷଣା କରିଛନ୍ତି ।

Leave A Reply

Your email address will not be published.