ଭୁବନେଶ୍ୱର: ଓଡ଼ିଶାରେ ବଢ଼ି ଚାଲିଛି କରୋନା ମହାମାରୀ । ଗତ ୨୪ ଘଂଟା ମଧ୍ୟରେ ଆଜି ପୁଣି ରେକର୍ଡ ସଂଖ୍ୟକ ନୂଆ ୪୨୩୭ଟି କରୋନା ମାମଲା ଚିହ୍ନଟ ହୋଇଛି । ଏଥିରେ ୧୭୫୨ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ୨୪୮୫ଟି କ୍ୱାରାଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛି । ଚିହ୍ନଟ ହୋଇଥିବା ମାମଲା ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୪୭ ଟି ଓ କଟକ ଜିଲ୍ଲାରୁ ୫୭୭ ଟି ମାମଲା ରହିଛି ।
ସେହିପରି ପୁରୀରୁ ୨୧୯ଟି, ଯାଜପୁରରୁ ୨୦୧ଟି, ଜଗତସିଂହପୁରରୁ ୧୭୩, କେନ୍ଦ୍ରାପଡ଼ାରୁ ୧୪୮ଟି, ବରଗଡ଼ରୁ ୧୨୧, ବାଲେଶ୍ୱରରୁ ୧୬୧, ଅନୁଗୁଳରୁ ୧୧୦ଟି, ମୟୁରଭଞ୍ଜରୁ ୧୩୯, ଝାରସୁଗୁଡ଼ାରୁ ୨୦୫, ନୂଆପଡ଼ାରୁ ୧୧୫, ସମ୍ବଲପୁରରୁ ୧୧୧, ବଲାଙ୍ଗୀରରୁ ୬୭ଟି ମାମଲା ଚିହ୍ନଟ ହୋଇଛି । ଅନ୍ୟପକ୍ଷରେ କେନ୍ଦୁଝରରୁ ୪୨ ଟି, ନବରଂଗପୁରରୁ ୭୦ଟି, କୋରାପୁଟରୁ ୮୯ଟି, ରାୟଗଡ଼ାରୁ ୫୧ଟି, ସୋନପୁରରୁ ୧୩୧ଟି, ଭଦ୍ରକରୁ ୧୩୬ଟି, ଗଂଜାମରୁ ୭୧ଟି, ଗଜପତିରୁ ୪୨ଟି, ନୟାଗଡ଼ରୁ ୫୦ଟି, ସୁନ୍ଦରଗଡ଼ରୁ ୧୦୧ଟି, ଢେଙ୍କାନାଳରୁ ୭୦ଟି, ମାଲକାନିଗିରିରୁ ୪୪ଟି, ଦେବଗଡ଼ରୁ ୨୨ଟି ମାମଲା ଚିହ୍ନଟ ହୋଇଛି ।
122 from Mayurbhanj
118 from Jajapur
110 from Kandhamal
110 from Sundargarh
97 from Nabarangpur
93 from Sonepur
91 from Nuapada
74 from Koraput
70 from Jharsuguda
55 from Keonjhar
55 from Nayagarh
53 from Bhadrak
41 from Boudh
27 from Malkangiri
22 from Rayagada
20 from Deogarh— H & FW Dept Odisha (@HFWOdisha) September 22, 2020
ଓଡ଼ିଶାର ମୋଟ କରୋନା ସଂକ୍ରମଣ ମାମଲା ସଂଖ୍ୟା ୧ ଲକ୍ଷ ୯୨ ହଜାର ୫୪୮ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୩୮୫୪୬ ଥିବାବେଳେ ୧୫୩୨୧୩ ଜଣ ଆରୋଗ୍ୟ ଲାଭ କରିଛନ୍ତି ।