Latest Odisha News

BREAKING NEWS

୨୪ ଘଣ୍ଟାରେ ରାଜ୍ୟରେ କରୋନା ନେଲା ସର୍ବାଧିକ ୧୫ ଜଣଙ୍କ ଜୀବନ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବିଗିଡିବାରେ ଲାଗିଛି କରୋନା ସ୍ଥିତି । ୨୪ ଘଣ୍ଟା ମଧ୍ୟରେ ୧୫ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୩୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।

ମୃତ୍ୟୁବରଣ କରିଥିବା ସମସ୍ତ ୧୫ ଆକ୍ରାନ୍ତଙ୍କ ମଧ୍ୟରୁ ୯ ଜଣଙ୍କର ପୂର୍ବରୁ ଅନ୍ୟ ରୋଗ ଥିବାବେଳେ ଅବଶିଷ୍ଟ ୬ ଜଣ କେବଳ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି ।

ପୂର୍ବରୁ ଅନ୍ୟ କୌଣସି ରୋଗ ନଥିବା ମୃତକମାନେ ହେଲେ ବାଲେଶ୍ୱରର ୫୧ ବର୍ଷୀୟ ପୁରୁଷ, ଭୁବନେଶ୍ୱରର ୪୨ ଓ ୭୦ ବର୍ଷୀୟ ପୁରୁଷ, ଢେଙ୍କାନାଳର ୭୨ ବର୍ଷୀୟ ପୁରୁଷ, ମୟୁରଭଞ୍ଜର ୭୪ ବର୍ଷୀୟ ପୁରୁଷ ଓ ନୂଆପଡ଼ାର ୩୭ ବର୍ଷୀୟ ଯୁବକ ।

ଅନ୍ୟପକ୍ଷରେ ମଧୁମେହ ଓ ଉଚ୍ଚରକ୍ତ ଚାପରେ ପୀଡ଼ିତ ଭୁବନେଶ୍ୱରର ଜଣେ ୬୨ ବର୍ଷୀୟ ବ୍ୟକ୍ତି, କନ୍ଧମାଳର ୭୫ ବର୍ଷୀୟ ବ୍ୟକ୍ତି, ମାଲକାନଗିରିର ୪୧ ବର୍ଷୀୟ ଯୁବକ, ପୁରୀର ୭୨ ଓ ୭୦ ବର୍ଷୀୟ ବ୍ୟକ୍ତି, ମୟୁରଭଞ୍ଜର ୬୩ ବର୍ଷୀୟ ବ୍ୟକ୍ତି ଓ ନୟାଗଡ଼ର ୭୨ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି ।

ସେହିପରି ଭୁବନେଶ୍ୱରର ଜଣେ ୩୫ ବର୍ଷୀୟ ଯୁବକ ପ୍ରାଣ ହରାଇଛନ୍ତି, ଯିଏକି କିଡନୀ ରୋଗରେ ପୀଡ଼ିତ ଥିଲେ । କଟକର ଜଣେ ୬୭ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଯିଏକି ବାତରୋଗ ଓ ଉଚ୍ଚରକ୍ତଚାପ ରୋଗରେ ପୀଡ଼ିତ ଥିଲେ ।

Leave A Reply

Your email address will not be published.