Latest Odisha News

BREAKING NEWS

କୋଭିଡ-୧୯ ଡ୍ୟୁଟିରେ ନିୟୋଜିତ ଅଧିକାରୀଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି: ଗଜପତିସ୍ଥିତ ଗୁମ୍ମା ବ୍ଲକର ଅତିରିକ୍ତ ତହସିଲଦାରଙ୍କର ବୁଧବାର ଦିନ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ହୃଦଘାତରେ ମୃତ୍ୟୁ ଘଟିଛି।

ମିଳିଥିବା ଅନୁଯାୟୀ, କୋଭିଡ-୧୯ ଡ୍ୟୁଟିରେ ନିୟୋଜିତ ରାଜେନ୍ଦ୍ର ମାଝି ବୁଧବାର ଦିନ ଡମ୍ବଡା ଗାଁ ଯାଇ ଆନ୍ଧ୍ରପ୍ରଦେଶରୁ ଜଣେ ମହିଳାଙ୍କ ମୃତଦେହକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଥିଲେ।

ପରବର୍ତ୍ତୀ ସମୟରେ ଗାଁରେ ପହଞ୍ଚିବା ପରେ ହଠାତ୍ ସେ ଅସୁସ୍ଥ ହୋଇପଡିଥିଲେ। ଏନେଇ ଖବର ପାଇବା ପରେ ଜିଲ୍ଲା ପ୍ରଶାସନ ତାଙ୍କୁ ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ନେଇ ଯାଇଥିଲେ।

ତେବେ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ବୋଲି ସୁତ୍ରରୁ ପ୍ରକାଶ।

Leave A Reply

Your email address will not be published.