ଭୁବନେଶ୍ୱର: ବନ୍ଦ ହେଲା ଓଡିଶା ମାନବ ଅଧିକାର ଆୟୋଗ (ଓଏଚ୍ଆରସି) ଅଫିସ୍। ଅଫିସ୍ର କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ କାର୍ଯ୍ୟାଳୟକୁ ଜାନୁଆରୀ ୨୫ ଯାଏ ବନ୍ଦ କରାଯାଇଛି।
ଓଏଚ୍ଆରସି ଏକ ବିଜ୍ଞପ୍ତିରେ ଦର୍ଶାଇଛି ଯେ ଅଫିସ୍ ଷ୍ଟାଫ୍ଙ୍କ ମଧ୍ୟରେ କରୋନା ପଜିଟିଭ ମାମଲା ବାହାରିବା ପରେ କାର୍ଯ୍ୟାଳୟକୁ ଜାନୁୟାରୀ ୧୭ ରୁ ୨୫ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ରହିବ।
ସରକାର ଏବଂ ବିଏମସି ନିର୍ଦ୍ଦେଶ ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି। କର୍ମଚାରୀଙ୍କ ମଧ୍ୟରେ କରୋନା ସଂକ୍ରମଣର ବିସ୍ତାରକୁ ରୋକିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଇଛି।
Comments are closed.