Latest Odisha News

BREAKING NEWS

ବଞ୍ଚିଛି ମାନବିକତା, ବଳକା ଅର୍ଥ ଫେରାଇଲେ ମୃତ ଅଭିଷେକଙ୍କ ପତ୍ନୀ

ଭଦ୍ରକ: ଏବେ ବି ବଞ୍ଚିଛି ମାନବିକତା । ଦିନ ଥିଲା କରୋନା ଜନିତ ଚିକିତ୍ସା ପାଇଁ ସମସ୍ତଙ୍କର ସହାୟତା ମାଗିଥିଲେ । କିନ୍ତୁ ଚିକିତ୍ସା ପରେ ମଧ୍ୟ ସ୍ୱାମୀଙ୍କ ଜୀବନ ବଞ୍ଚାଇ ପାରିଲେ ନାହିଁ ଡାକ୍ତର । ଆଉ ସମସ୍ତଙ୍କ ସହାୟତା କିଛି କାମରେ ଲାଗିଲା । କିନ୍ତୁ ଏବେ ସ୍ୱାମୀଙ୍କ ଚିକିତ୍ସା ପାଇଁ ମିଳିଥିବା ସହାୟତା ରାଶିର ବଳକା ୪୦ ଲକ୍ଷ ଟଙ୍କା ଏବେ ଅସହାୟଙ୍କ ପାଇଁ ଦାନ କରିଛନ୍ତି ।

ବାସୁଦେବପୁର ଅଞ୍ଚଳର ଅଭିଷେକ ମହାପାତ୍ରଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ଚିକିତ୍ସା ପାଇଁ ପାଇଥିବା ଚିକିତ୍ସା ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଫେରାଇଛନ୍ତି । ମୃତ ଅଭିଷେକଙ୍କ ପତ୍ନୀ ମୌସୁମୀ ମହାପାତ୍ର, ତାଙ୍କ ବାପା ଏବଂ  ସମ୍ପର୍କୀୟ ମାନେ ଭଦ୍ରକ ଜ଼ିଲ୍ଲାପାଳଙ୍କ ପାଖକୁ ଆସି ୪୦ ଲକ୍ଷ ଟଙ୍କାର ଡ୍ରାଫ୍ଟ ପ୍ରଦାନ କରିଛନ୍ତି । ସେଥିମଧ୍ୟରୁ ୩୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏବଂ ୧୦ ଲକ୍ଷ ଟଙ୍କା ଜିଲ୍ଲା ରେଡକ୍ରସ ପାଣ୍ଠିକୁ ପ୍ରଦାନ କରିଛନ୍ତି ।

ବାସୁଦେବପୁର ମନ୍ଦାରି ଅଞ୍ଚଳର ଅଭିଷେକ ମହାପାତ୍ର  ଗତବର୍ଷ ମେ ମାସରେ ବିବାହ କରିଥିଲେ । ଆଉ ବିବାହର ମାତ୍ର ୮ ଦିନ ପରେ କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡିଥିଲେ । ତାଙ୍କର ଆର୍ଥିକ ଅବସ୍ଥା ସ୍ଵଛଳ ନଥିବାରୁ, ତାଙ୍କ ନବ ବିବାହିତା ସ୍ତ୍ରୀ ବିଭିନ୍ନ ଗଣମାଧ୍ୟମ ଜରିଆରେ ଚିକିତ୍ସା  ସହାୟତା ଲୋଡିଥିଲେ । ଓଡିଶା ସମେତ ବିଭିନ୍ନ ସ୍ଥାନରୁ ବହୁ ବ୍ୟକ୍ତି ତାଙ୍କୁ ଆର୍ଥିକ ସହାୟତା କରିଥିଲେ । ଫଳରେ ଅଭିଷେକଙ୍କ ଇକମୋ ଚିକିତ୍ସା ପାଇଁ କଲିକତାକୁ  ଏୟାରଲିପ୍ଟ କରାଯାଇଥିଲା ।

ତେବେ ଚିକିତ୍ସାଧିନ ଅବସ୍ଥାରେ ଅଭିଷେକଙ୍କର ସେପ୍ଟେମ୍ବର ୩ ତାରିଖରେ ମୃତ୍ୟୁ ହୋଇଥିଲା ।

Comments are closed, but trackbacks and pingbacks are open.