Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୧୦୦ କୋଟି ଦେଲା ଓଡ଼ିଶା ଖଣି ନିଗମ

ଭୁବନେଶ୍ୱର: ଓଡ଼ିଶା ଖଣି ନିଗମ (OMC) ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଆଜି ୧୦୦ କୋଟି ଟଙ୍କା ପ୍ରଦାନ କରିଛି । ହରିଶ୍ଚନ୍ଦ୍ର ସହାୟତା ଓ ମହାପ୍ରୟାଣ ଯୋଜନା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଓଏମସି ଶହେ କୋଟି ଦେଇଛି ।

ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ଆଜି ନବୀନ ନିବାସରେ ବିଭାଗୀୟ ସଚିବ ତଥା ଓଏମସିର ଅଧ୍ୟକ୍ଷ ଦେଓରଞ୍ଜନ କୁମାର ସିଂଙ୍କ ଉପସ୍ଥିତିରେ ଚେକକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି ।

ହରିଶ୍ଚନ୍ଦ୍ର ଯୋଜନାରେ, ପରିବାର ସଦସ୍ୟଙ୍କ ଅନ୍ତ୍ୟେଷ୍ଟି କ୍ରିୟା ଲାଗି ଗରିବ ଲୋକଙ୍କୁ ସହାୟତା ଦିଆଯାଉଛି । ସେହିଭଳି ମହାପ୍ରୟାଣ ୟୋଜନାରେ ମୃତଦେହକୁ ଘରକୁ ନେଇ ପାରୁଛନ୍ତି ଗରିବ ଗୁରୁବା ।

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ, ଓଏମସି ଏମଡି ବଲୱନ୍ତ ସିଂ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ରାଜ୍ୟର ସାମାଜିକ ଓ ଅର୍ଥନୈତିକ ଉନ୍ନତି ଲାଗି ଓଏମସି ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ସହାୟତା ଦେଉଛି ।

Leave A Reply

Your email address will not be published.