Latest Odisha News

BREAKING NEWS

ବ୍ରିଟେନରେ ନିର୍ବାଚନ ଲଢ଼ୁଛନ୍ତି ଓଡ଼ିଆ ମହିଳା

ଭୁବନେଶ୍ୱର: ଆଗାମୀ ବ୍ରିଟେନ୍ ନିର୍ବାଚନରେ ପାର୍ଥୀ ହୋଇଛନ୍ତି ଜଣେ ଓଡ଼ିଆ ମହିଳା । ସମାଜସେବୀ ତଥା ଉଦ୍ୟୋଗୀ ସସ୍ମିତ ରାଜହଂସ ୨୦ ବର୍ଷ ହେଲା ବଥର ଓଲ୍ଡଫିଲ୍ଡ ପାର୍କ ଏରିଆରେ ରହୁଛନ୍ତି ।

ବ୍ରିଟେନର ଲିବେରାଲ୍ ଡେମୋକ୍ରାଟ୍ସ ଦଳ ଆଗାମୀ ନିର୍ବାଚନରେ ସସ୍ମିତାଙ୍କୁ କାଉନସିଲର ପ୍ରାର୍ଥୀ କରିଛି । ଯାହାକୁ ନେଇ ସସ୍ମିତା ଖୁସି ବ୍ୟକ୍ତ କରିଛନ୍ତି । କହିଛନ୍ତି, ଏଭଳି ଗୁରୁତ୍ୱପୂର୍ଣ୍ଣ ପଦ ଲାଗି ମୋ ଉପରେ ବିଶ୍ୱାସ କରିଥିବାରୁ କୃତଜ୍ଞତା ଜଣାଉଛି ।

ପ୍ରାୟ ୧୦ ବର୍ଷରୁ ଅଧିକ ସମୟ ଧରି ସସ୍ମିତା ସମାଜସେବା କରି ଆସୁଛନ୍ତି । ସେ କୋଭିଡ୍ ସମୟରେ ଏନ୍ଏଚ୍ଏସ୍ ଷ୍ଟାଫଙ୍କୁ ମାଗଣାରେ ଖାଦ୍ୟ ଦେଉଥିଲେ । ସ୍ଥାନୀୟ ଲୋକଙ୍କୁ ବି ମହାମାରୀ ସମୟରେ ସହାୟତାର ହାତ ବଢ଼ାଇଥିଲେ ସସ୍ମିତା । କ୍ୟାନସର ପୀଡ଼ାତାଙ୍କ ଲାଗି ସସ୍ମିତା ମାରାଥନ୍ ଏବଂ ଅନ୍ୟ କାର୍ଯ୍ୟକ୍ରମ ଫଣ୍ଡ ରେଜିଂ କରିଥାନ୍ତି ।

ୟୁକେରେ ଥିବା ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ସଦସ୍ୟ ହେଉଛନ୍ତି ସସ୍ମିତା । ସେ ମନ୍ଦିରରେ ସର୍ବସାଧାରଣଙ୍କ ସେବା ଯୋଗାଇବା ସହ ଶ୍ରଦ୍ଧାଳୁଙ୍କୁ ମାଗଣାରେ ପ୍ରସାଦ ବାଣ୍ଟନ୍ତି । ଏହା ଛଡ଼ା ୟୁକେର ବ୍ରିଷ୍ଟଲ ରୋଡରେ ସେ ଏକ ଭାରତୀୟ ରେଷ୍ଟୁରାଣ୍ଟ ଖୋଲିଛନ୍ତି ।

Leave A Reply

Your email address will not be published.