Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ପଞ୍ଚାୟତ ନିର୍ବାଚନ ନେଇ ମଇଦାନରେ ତ୍ରିମୁଖୀ ଲଢେଇ

ନୂଆପଡ଼ା: ପଞ୍ଚାୟତ ନିର୍ବାଚନ ନେଇ ମଇଦାନରେ ଜୋରଦାର ଲଢେଇ । ବାଜି ମାରିବ କିଏ ? ଏନେଇ ଦଳ ଦଳ ମଧ୍ୟରେ ଚାଲିଛି ଜୋରଦାର ଟକ୍କର। ପ୍ରାର୍ଥୀ ମାନେ ଘର ଘର ବୁଲି ବୁଲି ଭୋଟ ଭିକ୍ଷା କରିଛନ୍ତି । ଅନ୍ୟ ସ୍ଥାନ ଭଳି ନୂଆପଡ଼ାରେ ମଧ୍ୟ ତ୍ରୀମୂଖୀ ଲଢେଇ ଦେଖିବାକୁ ମିଳିଛି ।

ଅନ୍ୟ ସ୍ଥାନ ଭଳି ନୂଆପଡ଼ାରେ ମଧ୍ୟ ତ୍ରୀମୂଖୀ ଲଢେଇ ଦେଖିବାକୁ ମିଳିଛି । ୧୪ଟି ଜିଲ୍ଳା ପରିଷଦ ଜୋନ୍ ଥିବା ନୂଆପଡାରେ ଗତ ୩ଟି ନିର୍ବାଚନରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇ ହ୍ୟାଟ୍ରିକ ବିଜୟ ହାସଲ କରିଛି ବିଜେଡି । ଆଉ ଲଗାତାର ୪ର୍ଥ ଥର ପାଇଁ ନୂଆପଡାକୁ ଦଖଲ କରିବାକୁ ଦଳ ପକ୍ଷରୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରି ଘରଘରକୁ ବୁଲି ପ୍ରଚାର ଜୋର ସୋର ଚଳାଇଛି ଶାସକ ବିଜେଡି ଦଳ ।

ଗତଥର ୯ଟି ଆସନ ହାତେଇବା ସହ ବିଜେଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅକ୍ତିଆର କରିଥିଲା ବିଜେଡି । କିନ୍ତୁ ଏଥର ନୂଆପଡା ଦଖଲ ବିଜେଡି ପାଇଁ ସେତେଟା ସହଜ ହେବନି ବୋଲି କୁହାଯାଉଛି ।  ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ ନିଜ ନିର୍ବାଚନମଣ୍ଡଳୀରେ ଥିବା ୬ଟି ଜୋନର ମଙ୍ଗ ଧରିଛନ୍ତି ।

ଆଉ ଏବେ ନୂଆପଡାରେ ବିଜେପିର ଭାଗ୍ୟ ସାଂସଦ ବସନ୍ତ ପଣ୍ଡାଙ୍କ ଗୋଟିଚାଳନା ଉପରେ ନିର୍ଭର କରୁଛି । ନିଜେ ବସନ୍ତ ପଣ୍ଡା ପୂର୍ବରୁ ନୂଆପଡାର ବିଧାୟକ ରହିଥିବାରୁ ଦଳ ଏଠାରେ ଟିକିଏ ସୁବିଧାଜନକ ସ୍ଥିତିରେ ରହିବ ବୋଲି କୁହାଯାଉଛି । କିନ୍ତୁ ବିଜେଡି ଓ କଂଗ୍ରେସର ସଙ୍ଗଠନକୁ ମାତ୍ ଦେଇ ବସନ୍ତ ଏଠାରେ ବିଜେପିକୁ ବଡ ବିଜୟ ଭେଟି ଦେଇ ପାରିବେ ତାହାର ସମ୍ଭାବନା କ୍ଷୀଣ ।

ବିଜେପି ଓ ବିଜେଡି କୁ ମାତ ଦେବା ପାଇଁ କଂଗ୍ରେସ ପ୍ରାଣପଣେ ଉଦ୍ୟମ ଜାରି ରଖିଛି ହେଲେ କେତେ ଫଳ ପ୍ରଦ ହେଉଛି ତାହା ସମୟ ହିଁ କହିବ । ତ୍ରିମୁଖୀ ଲଢେଇ ହେଉଥିବା ବେଳେ କେହି କାହାକୁ ସହଜରେ ବାଟ ଛାଡିବା ମୁଡରେ ନାହାନ୍ତି ।

ନୂଆପଡାରେ ରାଜନୀତି ସମୀକ୍ଷା କରିବା ଏତେ ସହଜ ନହେଲେ ମଧ୍ୟ ପୂର୍ବ ବର୍ଷର ଫଳାଫଳ ସାଙ୍ଗକୁ ବର୍ତ୍ତମାନ ସ୍ଥିତି ବିଜେଡି ସପକ୍ଷରେ ଚର୍ଚ୍ଚା ଜୋର ଧରିଛି ।

 

Comments are closed.