Latest Odisha News

BREAKING NEWS

ଦ୍ୱିତୀୟ ଦିନରେ ବି ଆଗରେ ବିଜେଡ଼ି

ଭୁବନେଶ୍ୱର: ଆଜି ଦ୍ୱିତୀୟ ଦିନରେ ଭୋଟ୍ ଗଣତି ଚାଲିଛି । ଦ୍ୱିତୀୟ ଦିନରେ ୧୨ଟା ୩୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ବିଜେଡି ୨୨୮ଟି ଜୋନରେ ଆଗୁଆ ରହିଛି । ବିଜେପି ୨୬ ଏବଂ କଂଗ୍ରେସ ୧୬ ଜୋନରେ ଆଗୁଆ ରହିଥିବାବେଳେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ୧ ଜୋନରେ ଆଗୁଆ ରହିଛନ୍ତି । ତେବେ ରାଜ୍ୟର ମୋଟ୍ ୮୫୧ ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଗଣତି ।

ନିରାଶ କରି କରି ଟ୍ରେଣ୍ଡ ମୁତାବକ ପଛରେ ପଡ଼ିଛି ‘ପଦ୍ମ’ । ୨୦୧୭ର ରେଜଲ୍ଟକୁ ରିପିଟ୍ କରିବାକୁ ଦମ୍ଭୋକ୍ତି ବାଢୁଥିବା ବିଜେପି ଟ୍ରେଣ୍ଡ୍ ହିସାବରେ ପଛରେ ପଡ଼ିଯାଇଛି ।

୨୮ ତାରିଖରେ ୨୨୯ଟି ଜିଲ୍ଲା ପରିଷଦ ଜୋନ୍ ଗଣତି ଆରମ୍ଭ ହେବ । ଶନିବାର ପ୍ରଥମ ଦିନରୁ ବିଜେଡି ଯେଭଳି ସଫଳତା ପାଇଛି, ତାହା ଜାରି ରହିଲେ ଏଥରକ ବିଜେଡି ପ୍ରାୟ ୭୦୦ରୁ ଅଧିକ ଜିଲ୍ଲା ପରିଷଦ ସିଟ୍ ଦଖଲ କରିବ ।

Comments are closed, but trackbacks and pingbacks are open.