ଭୁବନେଶ୍ୱର : ଶେଷ ପର୍ଯ୍ୟାୟ ମତଦାନ ସମୟରେ ହିଂସା । ନିଆଳି ବ୍ଲକ ପୋଖରୀଗାଁ ପଞ୍ଚାୟତରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ବୁଥ ଜବରଦଖଲ ଅଭିଯୋଗ ପରେ ୯ଟି ବୁଥରେ ଭୋଟ ଗ୍ରହଣ ବନ୍ଦ ରହିଛି । ପୁନଃ ନିର୍ବାଚନ ଦାବିରେ ଗ୍ରାମବାସୀ ମାନେ ପୋଖରୀ ଗାଁ ଛକରେ ରାସ୍ତାରୋକ କରିଛନ୍ତି ।
ଘଟଣାସ୍ଥଳରେ ନିଆଁଳି ତହସିଲଦାର ଓ ଥାନା ଅଧିକାରୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି ।ଦୁର୍ବୃତ୍ତ ମାନେ ୧୧, ୧୨, ୧୩, ୧୪, ୧୫, ୧୬, ୧୭, ୧୮ ଓ ୧୯ ନମ୍ବର ବୁଥରେ ଭୋଟ୍ ବାକ୍ସକୁ ପାଣିରେ ଫିଙ୍ଗିବା ତଥା ଭୋଟ୍ ବାକ୍ସରେ ପାଣି ଭର୍ତ୍ତି କରିଦେଇଥିଲେ ।
ସେହିପରି ୧,୨,୩,୪,୫,୨୦ ଓ ୨୧ ନଂ ବୁଥରେ ବ୍ୟାପକ ରିଗିଂ ଅଭିଯୋଗ ହୋଇଛି ଏଥିସହ ଭୋଟରଙ୍କୁ ଜଣେ ନିର୍ଦ୍ଦିଷ୍ଟ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକ ମାନେ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ କରାଯାଇଛି ।
ଭଦ୍ରକ ଜିଲ୍ଲା ଧାମନଗର ଅର୍ଜୁନପୁର ପଞ୍ଚାୟତରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି । କିଛି ଦୁର୍ବୃତ୍ତ ୩,୪,୮ ନମ୍ବର ବୁଥରେ ମାଡ଼ ମାରି ଏଜେଣ୍ଟଙ୍କୁ ବାହାର କରିଦେଇଛନ୍ତି । ଏହାସହ ୬ ଓ ୭ ନମ୍ବର ବୁଥରେ ରିଗିଂ ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ ଦୁଇ ଗୋଷ୍ଠୀ ପିଟାପିଟି ହୋଇଥିବା ମଧ୍ୟ ସୂଚନା ମିଳିଛି ।
Comments are closed.