Latest Odisha News

BREAKING NEWS

ସୁନ୍ଦରଗଡ଼ ଜିଲ୍ଲାରେ ୬୭୪ ବୁଥ୍‌ରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି

ରାଉରକେଲା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ। ଆଜି ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡା, ହେମଗିରି ଓ ଲହୁଣିପଡା ତିନି ବ୍ଲକରେ ମତଦାନ ସୁରୁଖୁରୁରେ ଚାଲିଛି। କୌଣସି ସ୍ଥାନରେ କିଛି ଅଘଟଣ ଘଟି ନଥିବା କୁହାଯାଉଛି । ତିନିଟି ବ୍ଲକର ୬ ଜିଲ୍ଲା ପରିଷଦ, ୫୩ ସରପଞ୍ଚ ଓ ୬୭୪ ୱାର୍ଡ ସଭ୍ୟଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୧ ଲକ୍ଷ ୯୪ ହଜାର ୮୩୫ ଭୋଟର।

ଏଥିପାଇଁ ତିନିଟି ବ୍ଲକରେ ମୋଟ ୬୭୪ଟି ବୁଥ୍ ହୋଇଛି। ୨୮୩ ଟି ସମ୍ବେଦଶୀଳ କେନ୍ଦ୍ର ରହିଛି । ଲହୁଣିପଡା ବ୍ଲକରେ ମୋଟ ୨୨୯ ବୁଥ୍ ହୋଇଛି। ଲେଫ୍ରିପଡା ବ୍ଲକରେ ମୋଟ ୨୧୨ଟି ବୁଥ୍ ହୋଇଛି । ହେମଗିରି ବ୍ଲକରେ ମୋଟ ୨୩୩ଟି ବୁଥ୍ ହୋଇଛି। ବୁଥ୍ ଗୁଡ଼ିକରେ ଉଭୟ ସୁନ୍ଦରଗଡ଼ ଓ ରାଉରକେଲା ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Comments are closed, but trackbacks and pingbacks are open.