Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ନିର୍ବାଚନୀ ମଇଦାନରେ ରଣନୀତି : ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

ଜଗତସିଂହପୁର: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଅର୍ଥାତ ଆସନ୍ତା ୨୨ତାରିଖରେ ହେବ । ମତଦାନ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଳକ ଏବଂ ବ୍ଳକ ଅନ୍ତର୍ଗତ ୨ ଗୋଟି ଜିଲ୍ଲା ପରିଷଦ ଜୋନରେ ଭୋଟ ଗ୍ରହଣ ପ୍ରକ୍ରିୟା ହେବାକୁ ଯାଉଛି । ଚଳିତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀ ମାନେ ପ୍ରଚାର ପ୍ରସାର ଜୋରଦାର କରିଛନ୍ତି ।

ଜଗତସିଂହପୁର ଜିଲ୍ଲା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ନିଜ ସପକ୍ଷରେ ବିପୁଳ ଜନମତ ହାସଲ କରିବା ପାଇଁ ବିଭିନ୍ନ ରଣ କୌଶଳ ଆପଣାଉଛନ୍ତି ପ୍ରାର୍ଥୀ ମାନେ । ଶାସକ ବିଜୁ ଜନତା ଦଳ ପକ୍ଷରୁ ସମର୍ଥିତ ପ୍ରାର୍ଥୀଙ୍କ ପ୍ରଚାର ପ୍ରସାର । ବିଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀ, ରୋଡ଼ ଶୋ କରିବା ସହ ଗାଁ କୁ ଗାଁ ବୁଲି ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି ।

ତରିକୁନ୍ଦ ପଞ୍ଚାୟତର ସମିତି ସଭ୍ୟ ଭାବେ ରାଉଲକେଲା NIT ରୁ ଅଧ୍ୟାପକ ଚାକିରୀ ଛାଡ଼ି ପ୍ରାର୍ଥୀ ହୋଇଥିବା ଦ୍ୱୀପକ କୁମାର ବାଉତ ଓ ସରପଞ୍ଚ ଭାବେ ପ୍ରାର୍ଥୀ ହୋଇଥିବା ସ୍ବଦେଶ ଦାସଙ୍କ ସ୍ଥିତି ଭଲ ଥିବା ଦେଖିବାକୁ ମିଳୁଛି ।

ସେହିଭଳି ଏହି ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଭାବେ ବିଜୁ ଜନତା ଦଳର ରିନାରାଣୀ ମଲ୍ଲିକଙ୍କ ସ୍ଥିତି ଦୃଢ଼ ରହିଥିବା ଦେଖିବାକୁ ମିଳୁଛି ।

ନିର୍ବାଚନୀ ମଇଦାନରେ ଜୋରଦାର ରଣନୀତି ଆପଣାଯାଉଥିବା ବେଳେ କାହା ପଲ୍ଲା ଭାରି ରହିବ ତାହା ଆଗକୁ ଜଣାପଡିବ ।

Comments are closed.