Latest Odisha News

BREAKING NEWS

ଦେଶର ସୁରକ୍ଷା ପାଇଁ ବରଫ ଉପରେ ମାଇନସ୍ ତାପମାତ୍ରାରେ ପଇଁତରା ମାରିଲେ ଆଇଟିବିପି ଯବାନ

ଉତ୍ତରାଖଣ୍ଡ : ଦେଶ ମାଟିର ସୁରକ୍ଷା ପାଇଁ ବରଫରେ ପାଟ୍ରୋଲିଂ କରୁଛନ୍ତି ଆଇଟିବିପି ଯବାନମାନେ । ଉତ୍ତରାଖଣ୍ଡ ହିମାଳୟର ପର୍ବତ ଶିଖରରେ  ଭୂପୃଷ୍ଠରୁ ୧୫ ହଜାର ଫୁଟ ଉଚ୍ଚରେ ମାଇନସ୍ ତାପମାତ୍ରାରେ ଏହି ଯବାନମାନେ ପଇଁତରା ମାରୁଛନ୍ତି ।

ଯାହାର କିଛି ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଦେଶ ମାତୃକା ପାଇଁ କର୍ତ୍ତବ୍ୟ କରୁଥିବା ଭାରତ ତିବ୍ଦତ  ସୀମା ପୋଲିସ ଆଇଟିବିପି ଯବାନଙ୍କୁ ,ବରଫର ପାହାଡ ଉପରେ ପରସ୍ପର ପଛରେ ଦଉଡ଼ି ସାହାରାରେ ଯବାନ ମାନେ ଚେନ କରି ଆଗକୁ ବଢୁଥିବା ଦେଖିବାକୁ ମିଳିଛି ।

ମାଇନାସ୍ ତାପମାତ୍ରାରେ ନିଜ ଜୀବନକୁ ବାଜି ଲାଗାଇ ଦେଶ ସେବେରେ ନିୟୋଜିତ ଥିବା ଏହି ଯବାନ ମାନଙ୍କୁ ସତ ସଲାମ ।

 

Comments are closed, but trackbacks and pingbacks are open.