Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଟ୍ୟାକ୍ସ କଲେକ୍ଟର ,୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

ବରଗଡ : ଭିଜିଲାନ୍ସ ଜାଲରେ ଟ୍ୟାକ୍ସ କଲେକ୍ଟର । ବରଗଡ ଜିଲ୍ଲା ପଦ୍ମପୁର ଏନ. ଏ.ସିର କାର୍ଯ୍ୟରତ ଟ୍ୟାକ୍ସ କେଲକ୍ଟର ଦିନବନ୍ଧୁ ପଣ୍ଡା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଦିନବନ୍ଧୁ ପଣ୍ଡା ଜଣେ ବ୍ୟକ୍ତିଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେବେବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।।

ସୂଚନା ଅନୁସାରେ ହୋଲ୍ଡି ନମ୍ବର ସ୍ଥାନାନ୍ତର ,ବାର୍ଷିକ ହୋଲ୍ଡି ଟ୍ୟାକ୍ସ ହ୍ରାସ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ ଭିଜିଲାନ୍ସ ଦିନବନ୍ଧୁଙ୍କୁ ଗିରଫ କରିଛି । ଦିନବନ୍ଧୁ ପଣ୍ଡାଙ୍କର ବରଗଡରେ ଥିବା ଦୁଇଟି ଜାଗା ଉପରେ ମଧ୍ୟ ଭିଜିଲାନ୍ସ ଚଢାଉ କରିଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ଅଧିକରୁ ଅଧିକ ଖୋଳତାଡ ଚାଲିଛି ।

Comments are closed, but trackbacks and pingbacks are open.