ଭୁବନେଶ୍ୱର: ଶାନ୍ତିଶୃଙ୍ଖଳାର ସହିତ ସରିଲା ଚତୁର୍ଥ ପର୍ଯ୍ୟାୟ ମତଦାନ । ଶେଷ ଖବର ସୁଦ୍ଧା ୭୦ ପ୍ରତିଶତ ମତଦାନ ସରିଛି । ୨୭ ଟି ଜିଲ୍ଲାର ୬୪ଟି ବ୍ଲକରେ ୧୬୩ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଛି । କଡ଼ା ସୁରକ୍ଷା ମଧ୍ୟରେ ୧୭ ହଜାର ୯୮ଟି ବୁଥରେ ମତଦାନ କରାଯାଇଛି । ଚତୁର୍ଥ ପର୍ଯ୍ୟାୟ ମତଦାନ ସମୟରେ କୌଣସି ସ୍ଥାନରେ ଗଣ୍ଡୋଗଳ ହୋଇନଥିବା ସୂଚନା ରହିଛି ।
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ କୌଣସି ସ୍ଥାନରେ ହିଂସା ଦେଖା ଦେଇନଥିବା ବେଳେ ୨ଟି ସ୍ଥାନରେ ବାଲାଟ ପେପର ତ୍ରୁଟି କାରଣରୁ ନିର୍ବାଚନ ସ୍ଥଗିତ ରହିଥିଲା । କେନ୍ଦ୍ରାପଡ଼ାରେ ଗୋଟିଏ ସ୍ଥାନରେ ସରପଞ୍ଚ ଓ ଯାଜପୁରରେ ୱାଡୟମେମ୍ବର ଭୋଟ ସ୍ଥଗିତ ରଖାଯାଇଛି । ଯାଜପୁରରେ ୪ ପ୍ଲାଟୁନ ଅଧିକ ଫୋର୍ସ ମୁତୟନ ହୋଇଥିଲେ ।
ମଙ୍ଗଳବାର ସକାଳ ୭ରୁ ଭୋଟ ଦାନ ଆରମ୍ଭ ହୋଇ ଦିନ ୧ଟାରେ ସରିଥିଲା ।
ସୂଚନା ଥାଉକି ଫେବ୍ରୁଆରୀ ୨୦ରେ ତୃତୀୟ ପର୍ଯ୍ୟାୟରେ ୭୮.୬ ପ୍ରତିଶତ ମତଦାନ ହୋଇଥିଲା । ସେହିପରି ଫେବ୍ରୁଆରୀ ୧୮ ଦ୍ୱିତୀୟ ପର୍ଯ୍ୟାୟରେ ୭୮.୩ ପ୍ରତିଶତ ଓ ଫେବ୍ରୁଆରୀ ୧୬ ପ୍ରଥମ ପର୍ଯ୍ୟାୟରେ ୭୭.୨ ପ୍ରତିଶତ ମତଦାନ ହୋଇଥିଲା ।
Comments are closed.