Latest Odisha News

BREAKING NEWS

ସାବଧାନ ! ଏଣିକି ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ମୋବାଇଲକୁ ଯିବ ଚାଲାଣ

ଭୁବନେଶ୍ୱର: ଆଉ ବର୍ତ୍ତି ପାରିବେନି ଟ୍ରାଫିକ ନିୟମ ଉଲ୍ଲଂଘନକାରୀ । ଟ୍ରାଫିକ ନିୟମ ମାନୁନଥିଲେ ହୋଇଯାନ୍ତୁ ସାବଧାନ । ଏଣିକି ଟ୍ରାଫିକ ନିୟମ ନମାନିଲେ ମୋବାଇଲକୁ ଯିବ ଚାଲାଣ । ଏଭଳି କଡ଼ା ନିଷ୍ପତ୍ତି ଗ୍ରହଣ କରିଛି ଟ୍ରାଫିକ ପୋଲିସ ।

ସବୁଠାରୁ ବଡ଼ କଥା ହେଲା ଯଦି ଆପଣ ୫୦ କିମିରୁ ଅଧିକ ସ୍ପିଡରେ ଗାଡ଼ି ଚଲାଉଛନ୍ତି ତେବେ ୭ ହଜାର ପର୍ଯ୍ୟନ୍ତ ଜରିମାନା ଗଣିବେ । ଏହା ସହିତ ଲାଇସେନ୍ସ ମଧ୍ୟ ବାତିଲ କରାଯିବ । ଯଦି ତିନି ଥର ବାତିଲ ହୁଏ ତେବେ ସବୁଦିନ ପାଇଁ ଲାଇସେନ୍ସକୁ ରଦ୍ଦ କରାଯିବ ବୋଲି କୁହାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଦ୍ରୁତ ଗତିରେ ଏବଂ ମୋବାଇଲରେ କଥା ହୋଇ ଗାଡ଼ି ଚଳାଇବା ଯୋଗୁଁ ଦୁର୍ଘଟଣା ବଢୁଛି । ଯେଉଁଥିରେ ଅକାରଣରେ ବହୁ ଧନ ଜୀବନ ନଷ୍ଟ ହେଉଛି । ତେଣୁ ନିୟମ ଉଲ୍ଲଂଘନକାରୀଙ୍କ ପାଇଁ ଟ୍ରାଫିକ ପୋଲିସ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି ।

Comments are closed, but trackbacks and pingbacks are open.