Latest Odisha News

BREAKING NEWS

ଓଡ଼ିଆ ପୁଅ କମଳାକାନ୍ତଙ୍କ ବିଶ୍ୱ ରେକର୍ଡ

ଭୁବନେଶ୍ୱର: ପ୍ରଥମ ଓଡ଼ିଆ ଭିନ୍ନକ୍ଷମ ଭାବେ ୱାର୍ଲ୍ଡ ରେକର୍ଡ କରିଛନ୍ତି କମଳାକାନ୍ତ ନାୟକ । ପୁରୀ ଜିଲ୍ଲାର କମଳାକାନ୍ତ ୨୪ ଘଣ୍ଟାରେ ୨୧୫.୪ କି.ମି. ହ୍ୱିଲ୍ ଚେୟାରରେ ଅତିକ୍ରମ କରିବା ସହ ଗିନିଜ ୱର୍ଲ୍ଡ ରେକର୍ଡ କରିଛନ୍ତି ।

୭ବର୍ଷ ପୂର୍ବରୁ ଭଲିବଲ୍ ଖେଳୁଥିବା ସମୟରେ ତାଙ୍କର ମେରୁଦଣ୍ଡ ଆଘାତ ହୋଇ ସେ ଭିନ୍ନକ୍ଷମ ହୋଇଥିଲେ । ଯେଉଁଥିରେ ଶଯ୍ୟାଶାୟୀ ହୋଇ ସେ ବଞ୍ଚିବାର ରାହା ଛାଡି ଦେଇଥିଲେ । ହେଲେ ଆଜି ସେ ସମାଜରେ ଯୁବପିଢ଼ୀଙ୍କ ପାଇଁ ଏକ ବଡ଼ ଉଦାହରଣ ହୋଇ ପାରିଛନ୍ତି । ଏଥିପାଇଁ ତାଙ୍କ ପରିବାର ପ୍ରେରଣା ଦେଇଥିବା ସେ କହିଛନ୍ତି । ଆଗାମୀ ଦିନରେ ସେ ଅଲିମ୍ପିକ୍ସରେ ଭାଗ ନେଇ ଭାରତ ପାଇଁ ଗୌରବ ଆଣିବେ ବୋଲି ଇଚ୍ଛା ରଖିଛନ୍ତି । ତାଙ୍କର ଏହି ୨୪ ଘଣ୍ଟାର ରେସ୍ କୁ ରେକର୍ଡ କରାଯିବା ସହ ଗିନିଜ ବୁକ୍ ରେକର୍ଡ ପାଇଁ ପଠାଯିବ ।

ସୂଚନା ଥାଉ କି, କମଳାକାନ୍ତ ତାଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଶନିବାର ଭୁବନେଶ୍ୱରରେ ହ୍ୱିଲଚେୟାର ସାଇକେଲିଂ ଆରମ୍ଭ କରିଥିଲେ । ଏଥିପାଇଁ ୧୨ ଜଣ ସାକ୍ଷୀ ସମେତ ତାଙ୍କର ଭିଡ଼ିଓ ରେକଡ଼ିଂ କରାଯାଇଥିଲା । କମଳାକାନ୍ତ ଶନିବାର ଦିନ ୩ଟାରୁ ଆଜି ୩ଟା ପର୍ଯ୍ୟନ୍ତ କରିଥିଲେ । ତାଙ୍କ ଉତ୍ସାହିତ କରିବା ପାଇଁ କିଛି ଦିବ୍ୟାଙ୍ଗ, ଓଲିଉଡ଼ ସିନେ ଷ୍ଟାର, ରାଜନେତା ଓ କ୍ରୀଡ଼ାବିତମାନେ ଶୁଭେଚ୍ଛା ଜଣାଇଥିଲେ ।

Comments are closed, but trackbacks and pingbacks are open.