Latest Odisha News

BREAKING NEWS

ଜାକର୍ତ୍ତା ଏସୀୟ ପାରା ଗେମ୍ସରେ ଓଡ଼ିଆ ଖେଳାଳି ଜୟନ୍ତୀ ବେହେରାଙ୍କୁ ବ୍ରୋଞ୍ଜ ପଦକ

ଭୁବନେଶ୍ୱର: ଓଡ଼ିଆ ଆଥଲେଟ ଜୟନ୍ତି ବେହେରା ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାଠାରେ ଅନୁଷ୍ଠିତ ହୋଇଥିବା ଏସୀୟ ପାରା ଗେମ୍ସରେ ୨୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

ଏହି ଦୌଡ଼ ପ୍ରତିଯୋଗିତାରେ ଓଡ଼ିଆ ଧାବିକା ଜୟନ୍ତୀ ୨୭.୪୫ ସେକେଣ୍ଡରେ ଅତିକ୍ରମ କରି ତୃତୀୟ ସ୍ଥାନ ହାସଲ କରିଥିଲେ । ଚୀନ ଧାବିକା ଲି ଲୁ ୨୫.୮୨ ସମୟ ନେଇ ୧ମ ଏବଂ ଅନ୍ୟ ଜଣେ ଚୀନ ଧାବିକା ୱାଙ୍ଗ ୱାପିଙ୍ଗ୍ ୨୬.୪୫ ସେକେଣ୍ଡ ନେଇ ୨ୟ ସ୍ଥାନ ହାସଲ କରିଥିଲେ ।

ଜାକର୍ତ୍ତାଠାରେ ଚାଲିଥିବା ଏହି ଏସୀୟ ପାରା ଗେମ୍ସରେ ଭାରତୀୟ ପାରା ଖେଳାଳିମାନେ ଏଯାଏଁ ୪ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଏବଂ ୧୦ଟି କାଂସ୍ୟ ପଦକ ହାସଲ କରିପାରିଛନ୍ତି ।

ଜୟନ୍ତୀଙ୍କୁ ଏକବର୍ଷ ହୋଇଥିବା ବେଳେ ତାଙ୍କ ବାମ ହାତ ଏବଂ ଅଣ୍ଟା ନିଆଁରେ ପୋଡ଼ି ହୋଇ ଯାଇଥିଲା । ସେ ମଧ୍ୟ ୨୦୧୭ ମସିହାରେ ଦୁବାଇରେ ଅନୁଷ୍ଠିତ ହୋଇଥିବା ଏସିଆନ ୟୁଥ ପାରା ଗେମ୍ସରେ ୧୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ହାସଲ କରିଥିଲେ ।

ସୂଚନାଯୋଗ୍ୟ, ପୁରୀ ସାକ୍ଷୀଗୋପାଳ ଅଞ୍ଚଳର ବାସିନ୍ଦା ଜୟନ୍ତୀ ବେହେରା ମଧ୍ୟ ୨୦୧୭ ମସିହାରେ ସ୍ୱିଜରଲ୍ୟାଣ୍ଡର ନୋଟୱିଲରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ଜୁନିୟର ପାରା ଆଥଲେଟିକ୍ସ ଚାମ୍ପିୟନସିପରେ ୪୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

Leave A Reply

Your email address will not be published.