Latest Odisha News

BREAKING NEWS

ଭିଲାଇ ଷ୍ଟିଲପ୍ଲାଣ୍ଟରେ ଗ୍ୟାସ ପାଇପଲାଇନ ବିସ୍ଫୋରଣ ଘଟି ୯ ମୃତ

ରାୟପୁର : ଛତିଶଗଡର ଦୁର୍ଗାପୁରରେ ଥିବା ଭିଲାଇ ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ ଘଟିଛି ।

ସୂଚନା ଅନୁଯାୟୀ ଭିଲାଇ ଷ୍ଟିଲ ପ୍ଲାଣ୍ଟର ଗ୍ୟାସ ପାଇପ ଲାଇନରେ ଘଟିଥିବା ଏହି ବିସ୍ଫୋରଣରେ ୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଆହତ ହୋଇଛନ୍ତି ।

ଅନ୍ୟପକ୍ଷରେ କୋକ ଓଭନ ସେକ୍ସନ ନିକଟରେ ଏହି ବିସ୍ଫୋରଣ ଘଟିବାରୁ ୧୨ ଜଣ ପୋଡି ହୋଇଯାଇଥିବା ନେଇ ଜଣାପଡିଛି ।

ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡିଛି ।

Leave A Reply

Your email address will not be published.